ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଜିଲ୍ଲାପାଳ : ବାହାଘରରେ ମନୁଖସି ନାଚିଲେ ଉଭୟ ବର କନ୍ୟା

4,674

କନକ ବ୍ୟୁରୋ : ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଜିଲ୍ଲାପାଳ । ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ମଧ୍ୟରେ ବିବାହ ହୋଇଛି । ଗୁଆହାଟୀର ଏକ ତାରକା ହୋଟେଲରେ ଉଭୟଙ୍କ ମଧ୍ୟରେ ବାହାଘର ଶେଷ ହୋଇଛି । ବର ବେଶରେ ବେଶ୍ ନାଚିଥିଲେ ଜିଲ୍ଲାପାଳ ଚଞ୍ଚଳ ରଣା । ବିବାହ ଉପରେ ପରିବାର ସଦସ୍ୟ ଓ ନିକଟତମ ସଂପର୍କୀୟ ଉପସ୍ଥିତ ଥିଲେ ।

ପୂର୍ବରୁ ଗତ ପେବ୍ରୁଆରୀ ୧୯ ତାରିଖରେ ସମ୍ବଲପୁର ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଥିଲା । ଏଥିରେ ଜିଲ୍ଲାପାଳଙ୍କ ପରିବାରବର୍ଗ ଓ ହାତଗଣତି କିଛି ପ୍ରଶାସନିକ ଅଧିକାରୀ ସାମିଲ ହୋଇଥିଲେ । ଆସାମ ଝିଅ ଅନନ୍ୟା ଦାସ ବର୍ତ୍ତମାନର କୋରାପୁଟ ଜିଲ୍ଲାପାଳ ଅବଦୁଲ ଏମ୍. ଅଖତରଙ୍କୁ ବିବାହ କରିଥିଲେ । ମତଭେଦ କାରଣରୁ ଦୁହିଁଙ୍କର ବିବାହ ବିଚ୍ଛେଦ ହୋଇଥିଲା ।

ସେହିପରି ଓଡ଼ିଶାରେ ପଢ଼ିଥିବା ଚଞ୍ଚଳ ରାଣା ବର୍ତ୍ତମାନର ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂହଙ୍କୁ ବିବାହ କରିଥିଲେ । ସେମାନେ ମଧ୍ୟ ନିକଟରେ ସମାନ କାରଣରୁ ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ । ୨୦୧୩ ବ୍ୟାଚ୍ ଆଇଏଏସ୍ ଅଫିସର ହେଉଛନ୍ତି ଚଞ୍ଚଳ ରାଣା । ବଲାଙ୍ଗୀର ଜିଲ୍ଲାପାଳ ଥିବା ଚଞ୍ଚଳ ରଣାଙ୍କ ଘର ଅନୁଗୁଳ ଜିଲ୍ଲାରେ । ଏନ୍ଆଇଟି ସିଲଚେରରୁ ବିଟେକ୍ ଡିଗ୍ରୀ ହାସଲ କରିଥିଲେ ଚଞ୍ଚଳ ରଣା ୟୁପିଏସସିରେ ଟପ୍ପର ହୋଇଥିଲେ । ପୂର୍ବରୁ କୁଚିଣ୍ଡା ଉପଜିଲ୍ଲାପାଳ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି ।

ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଶ୍ୱେତ ବିପ୍ଳବରେ ସଫଳତା ପାଇଁ ଚର୍ଚ୍ଚାରେ ଥିଲେ । ସଫଳତା ପାଇଁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥିଲେ ଚଞ୍ଚଳ ରଣା । ୨୦୧୮ ବ୍ୟାଚ୍ ଆଇଏଏସ୍ ଅଫିସର ହେଉଛନ୍ତି ଅନନ୍ୟା ଦାସ । ୟୁପିଏସସିରେ ସର୍ବଭାରତୀୟ ସ୍ତରରେ ୧୬ ତମ ରାଙ୍କ ପାଇଥିଲେ । ସମ୍ବଲପୁର ଜିଲ୍ଲାପାଳ ଥିବା ଅନନ୍ୟା ଦାସ ଆସାମର ମୂଳ ବାସିନ୍ଦା । ପୂର୍ବରୁ କଟକ ମହାନଗର ନିଗମର କମିଶନର ଦାୟତ୍ୱ ତୁଲାଇଥିଲେ ।