ମେ’ ମାସରେ ଆସିବ କି ବାତ୍ୟା ? ଆକଳନ କରୁଛନ୍ତି ବିଭିନ୍ନ ମଡେଲ; ମେ’ ୫ ବେଳକୁ ସୃଷ୍ଟି ହୋଇପାରେ ଲଘୁଚାପ

14,106

କନକ ବ୍ୟୁରୋ : ମେ’ ମାସରେ ଆସିବ କି ବାତ୍ୟା ? ବାତ୍ୟା ନେଇ ଆଶଙ୍କା ଘନେଇବାରେ ଲାଗିଛି । ହେଲେ ପୂର୍ବ ଆକଳନରେ କୌଣସି ପରିବର୍ତ୍ତନ କରାଯାଇନଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଇଏମଡିର ସୂଚନା ଅନୁସାରେ ମେ’ ୫ ତାରିଖ ଆଡକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ।

ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଏହା ସହ ଆଇଏମଡି ପକ୍ଷରୁ କୁହାଯାଇଛି ଯେ, ବାତ୍ୟା ହେବା ନେଇ ଅନ୍ୟ ମଡେଲ ଆକଳନ କରୁଛନ୍ତି । ଅନ୍ୟ ମଡେଲ ଉପରେ ନଜର ରଖାଯାଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଏପଟେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଜିଠୁ ୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ବିଶେଷ ପରିବର୍ତନ ହେବାର ସମ୍ଭାବନା ନାହିଁ ।