କେନ୍ଦ୍ରାପଡ଼ାରେ ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ । ଘଟଣାର ୧୦ ଦିନ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ ।

154

କନକ ବ୍ୟୁରୋ: କେନ୍ଦ୍ରାପଡ଼ାରେ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ । ଏହି ଘଟଣାରେ ଜମ୍ବୁ ମେରାଇନ୍ ଥାନାରେ ଅଭିଯୋଗ ପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଶେଷରେ ପୋଲିସ ଏସଡିପିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତାଙ୍କ ପରିବାର । ଘଟଣାର ୯ ଦିନ ପରେ ବି କୌଣସି କାର୍ଯର୍୍ୟାନୁଷ୍ଠାନ ନହେବାରୁ ପୋଲିସ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି ।
ମାର୍ଚ୍ଚ ୩୧ ତାରିଖ ଦିନ ନବମ ଶ୍ରେଣୀର ଝିଅକୁ ଦିନ ୧୦ ବେଳେ କାରରେ ଉଠାଇନେଇଥିଲେ କନ୍ଦରାପାଟିଆ ଗାଁର ବାବୁଲାଲ ପାଲ । ଝିଅକୁ ନପାଇ ପରିବାର ଲୋକେ ଜମ୍ବୁ ଥାନାରେ ନିଖୋଜ ମାମଲା ରୁଜୁ କରିଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି ତାଙ୍କ ଝିଅକୁ ପାଇନଥିଲେ । ଏପ୍ରିଲ ୪ ତାରିଖ ସଂଧ୍ୟାରେ ନିଖୋଜ ନାବାଳିକା ଘରେ କାନ୍ଦି କାନ୍ଦି ପହଞ୍ଚିଥିଲେ । ପରିବାର ଲୋକଙ୍କ ସମସ୍ତ ଘଟଣା କହିବା ପରେ ପରିବାର ଲୋକେ ଏ ସମ୍ପର୍କରେ ଥାନାରେ ଜଣାଇଥିଲେ । ଥାନାରେ ଷ୍ଟାଫ୍ ନାହାନ୍ତି, ଗାଡ଼ି ନାହିଁ କହି ଥାନା ଅଧିକାରୀ ସେମାନଙ୍କୁ ଫେରାଇଦେଇଥିବା ସେମାନେ ଅଭିଯୋଗ କରିଛନ୍ତି । ଘଟଣାର ୯ ଦିନ ପରେ କିଛି ପଦକ୍ଷେପ ନହେବାରୁ ଆଜି କେନ୍ଦ୍ରାପଡ଼ା ଆସି ଏସିଡ଼ିପିଓଙ୍କ ନିକଟରେ ପୀଡ଼ିତା ଓ ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।