ବଢୁଛି ବାଉଁଶ ମଞ୍ଜିରୁ ପ୍ରସ୍ତୁତ ହେଉଥିବା ଚାଉଳର ଚାହିଦା । ମୟୂରଭଞ୍ଜ, ବୈଶିଙ୍ଗା, ବେତନଟି ଭଳି ଦୂରଦୂରାନ୍ତରୁ ଗ୍ରାହକ ଆସି କିଣୁଛନ୍ତି ଚାଉଳ 

225

କନକ ବ୍ୟୁରୋ: ବଢ଼ୁଛି ବାଉଁଶ ମଞ୍ଜିରୁ ପ୍ରସ୍ତୁତ ହେଉଥିବା ଚାଉଳର ଚାହିଦା । କିଲୋପ୍ରତି ଏହାର ମୂଲ୍ୟ ୮୦ଟଙ୍କାରେ ବିକ୍ରି ହେଉଥିବା ବେଳେ ବାଉଁଶ ମଞ୍ଜିକୁ ଚାଉଳ ଭାବେ ବ୍ୟବହାର କରୁଛନ୍ତି ଲୋକେ । ଏହି ଚାଉଳରୁ ଭାତ, ରୁଟି, ଚକୁଳି ପିଠା, ଖିରି କରି ଖାଉଛନ୍ତି । ଏହି ଚାଉଳକୁ ଅମଳ କରିବା ପାଇଁ ୮ ଘଣ୍ଟା ପରିଶ୍ରମ କରିବାକୁ ପଡୁଥିବା ବେଳେ ଏହାକୁ କିଣିବା ପାଇଁ ମୟୂରଭଞ୍ଜ, ବୈଶିଙ୍ଗା, ବେତନଟି ଭଳି ଦୂରଦୂରାନ୍ତରୁ ଲୋକ ମାନେ ଆସୁଛନ୍ତି । ବାଲେଶ୍ୱର ରେମୁଣା ବ୍ଳକ ବରୁଣସିଂ ପଞ୍ଚାୟତ ମାଳଗାଁର ପ୍ରାୟ ୨୦ରୁ ଅଧିକ ପରିବାର ଏହି କାମ କରୁଛନ୍ତି । ଗୋଟିଏ ଗୋଟିଏ ସିଜିନରେ ପାଖପାଖି ୩୦ କିଲୋ ଚାଉଳ ଅମଳ ହେଉଛି ।

ସୂଚନା ଅନୁସାରେ କଣ୍ଟା ବାଉଁଶ ଯେତେବେଳେ ଫୁଲିବାକୁ ଲାଗେ ସେତେବେଳେ ବାଉଁଶରୁ ମଞ୍ଜି ହୋଇଥାଏ । ତେଣୁ ଅଧିକ ବାଉଁଶ ଚାଷ କରାଗଲେ ଅଧିକ ଅମଳ ହୋଇପାରିବ । ଲୋକଙ୍କୁ ଜୀବିକା ମିଳିପାରିବ ବୋଲି ଲୋକେ କହିଛନ୍ତି । ଆଗକାଳରେ ଅଭାବ ଅନାଟନ ଯୋଗୁଁ ଏହାକୁ ଖାଇ ଲୋକେ ସେମାନଙ୍କ ଜୀବନ ବଞ୍ଚାଉଥିଲେ । ଏବେ ଏହି ଚାଉଳର ଚାହିଦା ବଢ଼ିଛି ଲୋକେ ଏହାକୁ ଖାଦ୍ୟ ଭାବେ ବ୍ୟବହାର କରୁଛନ୍ତି ।