ଦୁଇ ଦେଶ ମୁହାଁମୁହିଁ ପରେ ଭାରତ ସହ ମିଶି କାମ କରିବାକୁ କହିଲା ଚୀନ: ସେନା ଏବଂ କୁଟନୀତି ମାଧ୍ୟମରେ ସୀମା ବିବାଦର ସମାଧାନ ପାଇଁ କହିଲେ ୱାଙ୍ଗ୍ ୟି

122

କନକ ବ୍ୟୁରୋ: ଅରୁଣାଚଳ ପ୍ରଦେଶର ତୱାଙ୍ଗ୍ ସେକ୍ଟରରେ ଦୁଇ ଦେଶର ସେନା ମୁହାଁମୁହଁିଁ ପରେ ଭାରତ ସହ ମିଶି କାମ କରିବାକୁ ଆଗ୍ରହ ପ୍ରକାଶ କରିଛି ଚୀନ । ରବିବାର ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟି କହିଛନ୍ତି ସ୍ଥିର ବିକାଶ ପାଇଁ ଭାରତ ସହ ମିଶି କାର୍ଯ୍ୟ କରିବାକୁ ଚୀନ ପ୍ରସ୍ତୁତ । ଦୁଇ ଦେଶ ମଧ୍ୟରେ ସୀମା ବିବାଦର ସମାଧାନ ପାଇଁ ଚେଷ୍ଟା ଜାରିରହିଛି । ସେନା ଏବଂ କୁଟନୀତିସ୍ତରରେ କଥାବାର୍ତା ମାଧ୍ୟମରେ ସମାଧାନ ଜାରିରହିଥିବା କହିଛନ୍ତି ଚୀନ ବୈଦେଶିକ ମନ୍ତ୍ରୀ । ଦୁଇ ଦେଶ ସୀମାରେ ସ୍ଥିରତା ବଜାୟୀ ରଖିବାକୁ ପ୍ରତିଶ୍ରୁତିବଦ୍ଧ ଅଛନ୍ତିି । ଭାରତ-ଚୀନ ସମ୍ପର୍କର ବିକାଶ ପାଇଁ ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରିବା ଦରକାର ବୋଲି କହିଛନ୍ତିି ୱାଙ୍ଗ୍ ୟି । ଡିସେମ୍ବର ୯ ତାରିଖରେ ଦୁଇ ଦେଶର ସେନା ମୁହାଁମୁହିଁ ପରିସ୍ଥତିକୁ ଆସିଥିଲେ । ଏହାପରେ ବିବାଦର ସମାଧାନ ପାଇଁ ୧୭ ରାଉଣ୍ଡ କମାଣ୍ଡରସ୍ତରୀୟ କଥାବର୍ତା ହୋଇଥିଲା । ଏବେ ଚୀନ ବୈଦେଶିକ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଉଭୟ ଦେଶ ପାଇଁ ଆଶ୍ୱସ୍ଥି ଆଣିଛି ।