ପୋଖରୀ ପାଖରେ ଖେଳିବା ହେଲା କାଳ: ପାଣିରେ ବୁଡି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ

100

କନକ ବ୍ୟୁରୋ: ପୋଖରୀ ପାଖରେ ଖେଳ ଖେଳିବା ହେଲା କାଳ । ପୋଖରୀରେ ବୁଡି ଚାଲିଗଲା ଦୁଇ ନାବାଳିକା ଭଉଣୀଙ୍କ ଜୀବନ । କଟକ ନିଶ୍ଚିନ୍ତକୋଇଲି ଥାନା ବନମାଳିପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ୨ ଜଣ ହେଉଛନ୍ତି ସତ୍ୟସୁନ୍ଦର ପଣ୍ଡାଙ୍କ ୯ ବର୍ଷର ଝିଅ ଲିପ୍ସିତା ପଣ୍ଡା, ଓ ୫ ବର୍ଷର ଇସ୍ପିତା ପଣ୍ଡା । ଦୁଇ ଝିଅକୁ ହରାଇବା ପରେ ବାପା-ମା ଏବେ ନିସନ୍ତାନ ହୋଇପଡିଛନ୍ତି । ଦୁଇ ଭଉଣୀ ସକାଳେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ସେମାନଙ୍କର କିଛି ପତା ପାଇନଥିଲେ । ଶେଷରେ ଦୁଇ ଶିଶୁଙ୍କୁ ଗାଁ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ ଲୋକେ । ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଦୁଃଖଦ ଘଟଣା ପରେ କାନ୍ଦ ବୋବାଳିରେ ଫାଟି ପଡୁଛି ପୂରା ପରିବାର ।