ଆଳି ବଜାରରେ ଥିବା ଲୁଗା ଦୋକାନରେ ଅଗ୍ନିକାଣ୍ଡ : ଆୟତ୍ତ କରିବା ପାଇଁ ନାକେଦମ୍ ୩ ଦମକଳ ବାହିନୀ

1,288

କନକ ବ୍ୟୁରୋ : ଚାରିଆଡେ ଧୁଆଁ । ଘର ଭିତରୁ ବାହାରକୁ ଆସୁଛି କେବଳ ଧୂଆଁ । ଦେଖୁଦେଖୁ ଜଳିଗଲା ଲୁଗା ଦୋକାନ । ନିଆଁକୁ ଲିଭାଇବାକୁ ସାହସ କରିପାରିଲେନି ଲୋକ । କେବଳ ସେଠାରେ ଛିଡାହୋଇ ସାଜିଲେ ଦେଖଣାହାରୀ । ଏପରି ଅଗ୍ନିକାଣ୍ଡ ଘଟିଛି କେନ୍ଦ୍ରାପଡା ଆଳି ବଜାରରେ । ସେଠାରେ ଥିବା ରଞ୍ଜିତ ବେହେରାଙ୍କ ଲୁଗା ଦୋକାନରେ ନିଆଁ ଲାଗିଯାଇଛି ।

ତେବେ ନିଆଁ ଲାଗିବାର ସଠିକ କାରଣ ଜଣାପଡିନଥିବା ବେଳେ କେହି ନିଆଁ ଲଗାଇଦେଇଥିବା ସନ୍ଦେହ କରୁଛନ୍ତି ଦୋକାନ ମାଲିକ । ନିଆଁକୁ ଆୟତ୍ତ କରିବା ପାଇଁ ଆଳି, ରାଜକନିକା ଓ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀ ନାକେଦମ ହୋଇଛନ୍ତି । ତେବେ ସବୁକିିଛି ଜଳିପୋଡି ପାଉଁଶ ହୋଇଯାଇଥିବା ବେଳେ କେତେ ଟଙ୍କାର କ୍ଷୟକ୍ଷତି ହୋଇଛି ତାହା ଜଣାପଡିନାହିଁ ।