କନକ ବ୍ୟୁରୋ : ଦେଶର ମନୋରଞ୍ଜନ ଶିଳ୍ପ ଗତ କିଛିଦିନ ହେବ ଖରାପ ସମୟ ଦେଇ ଗତି କରୁଛି । ଗତ ୪ ଦିନ ମଧ୍ୟରେ ୫ଜଣ ସେଲିବ୍ରେଟିଙ୍କର ଅଚାନକ୍ ମୃତ୍ୟୁ ହେବା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
କିଛିଦିନ ତଳେ ଟେଲିଭିଜନ ତାରକା ଆଦିତ୍ୟ ସିଂ ରାଜପୁତଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଟେଲିଭିଜନ ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କର ମୃତ ଶରୀର ତାଙ୍କ ବାସଭବନରୁ ମିଳିଛି । ୩୨ ବର୍ଷିୟା ବୈଭବୀ ସାରାଭାଇ ବନାମ ସାରାଭାଇ ଧାରାବାହିକରେ ଜଷ୍ଟିନ ଭୂମିକାରେ ଅଭିନୟ କରୁଥିବା ବୈଭବୀ ଉପାଧ୍ୟାୟଙ୍କ କାର ମଙ୍ଗଳବାର ଦିନ ହିମାଚଳ ପ୍ରଦେଶରେ ଦୁର୍ଘଟଣାରେ ଶିକାର ହୋଇଥିଲା । ଏଥିରେ ବୈଭବୀଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ ଚଣ୍ଡିଗଡ ନିକଟବର୍ତ୍ତି ଏକ ସ୍ଥାନରେ ବୈଭବୀଙ୍କ କାର ଦୁର୍ଘଟଣାରେ ଶିକାର ହୋଇଥିଲା । ତାଙ୍କର ମୃତ୍ୟୁ ପରେ ପରିବାର ଲୋକ ତାଙ୍କ ଶବକୁ ଆଣି ମୁମ୍ବାଇରେ ପହଂଚିଛନ୍ତି । ଏଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ବୈଭବୀ କାରରେ ତାଙ୍କ ଭାବି ସ୍ୱାମୀଙ୍କ ସହ ଯାଉଥିବା ବେଳେ ଗାଡିଟି ଦୁର୍ଘଟଣାରେ ଶିକାର ହୋଇଥିଲା ।
ସେପଟେ ପ୍ରସିଦ୍ଧ ଟେଲିଭିଜନ କଳାକାର ଆଦିତ୍ୟ ସିଂ ରାଜପୁତଙ୍କର ମୃତଦେହ ମେ ୨୨ ତାରିଖରେ ତାଙ୍କ ଫ୍ଲାଟରୁ ମିଳିଥିଲା । ଆଦିତ୍ୟଙ୍କ ଶବ ସନ୍ଦିଗ୍ଧ ଅବସ୍ଥାରେ ତାଙ୍କ ତ୍ଥବାଥରୁମରେ ପଡିଥିଲା । ମଙ୍ଗଳବାର ଦିନ ଏହି ଅଭିନେତାଙ୍କ ଅନ୍ତିମ ସଂସ୍କାର ମୁମ୍ବାଇରେ କରାଯାଇଛି ।