ବସଷ୍ଟାଣ୍ଡ ନିକଟରୁ ୬ ନାବାଳକ ଉଦ୍ଧାର : ନିଶ୍ଚିତକୋଇଲି ସୁକରପଡାରେ ଥିବା ମଦ୍ରାସାରେ ପଢିବାକୁ ଆସି ଖସି ପଳାଇଥିଲେ

347

କନକ ବ୍ୟୁରୋ : ବସଷ୍ଟାଣ୍ଡ ନିକଟରୁ ୬ ନାବାଳକ ଉଦ୍ଧାର । କଟକ ନିଶ୍ଚିତକୋଇଲି ବସଷ୍ଟାଣ୍ଡ ନିକଟରୁ ଏହି ନାବାଳକଙ୍କୁ ଉଦ୍ଧାର କରାଯାଇଛି । ୬ଜଣ ପିଲା ବିହାର କରଡିଆ ଅଞ୍ଚଳର ହୋଇଥିବା ଜଣାପଡିଛି । ଏହ ପିଲାମାନେ କିଛି ଦିନ ହେଲା ନିଶ୍ଚିତକୋଇଲି ସୁକରପଡାରେ ଥିବା ମଦ୍ରାସାରେ ପଢିବାକୁ ଆସିଥିଲେ । ପରିବାର ଲୋକେ ଏଠାରେ ପାଠ ପଢିବାକୁ ଛାଡିଥିବା ବେଳେ ପିଲାମାନେ ସେଠାରୁ ଖସି ପଳାଇ ଆସିଥିଲେ । ସେମାନଙ୍କୁ ସ୍ଥାନୀୟ ଲୋକେ ବସଷ୍ଟାଣ୍ଡରୁ ଉଦ୍ଧାର କରିଥିଲେ । ତେବେ ସେଠାରେ ପରିବା ସହ ପିଲାଙ୍କୁ କଥା କରାଇଦିଆଯାଉନଥିବା ସହ ପାଠ ପଢାରେ ମନ ଲାଗୁନଥିବା ପିଲାମାନେ କହିଛନ୍ତି । ସେପଟେ ପିଲାଙ୍କୁ ସମସ୍ତ ସୁରକ୍ଷା ଦିଆଯାଉଥିବା ବେଳେ ବିଳମ୍ବିତ ରାତିରେ ସେମାନେ ଉଠି ପଳାଇ ଆସିଥିବା କହିଛନ୍ତି ମଦ୍ରାସା ସମ୍ପାଦକ ।