ନାଇଟ୍ କ୍ଲବରେ ଚଢ଼ାଉ : ଅବକାରୀ ଆଇନ ଉଲ୍ଲଙ୍ଘନ କରିଥିବା ସମସ୍ତ ବାରକୁ ନୋଟିସ କରିବ କମିଶନରେଟ ପୁଲିସ

256

କନକ ବ୍ୟୁରୋ : ନାଇଟ କ୍ଲବ , ବାର ଓ ହୋଟେଲର କମିଶନରେଟ ପୁଲିସର ଚଢାଉ । ଶନିବାର ବିଳମ୍ବିତ ରାତିରେ ଏହି ଚଢାଉ କରାଯାଇଛି । ଇନଫୋସିଟି ଓ ଚନ୍ଦ୍ରଶେଖରପୁର ଅଂଚଳରେ ଥିବା ସମସ୍ତ ବାର୍, ନାଇଟ କ୍ଲବ ଓ ହୋଟେଲ ମାନଙ୍କରେ ଚଢାଉ ହୋଇଛି । ୨ଟି ପୁଲିସ ଟିମ୍ ସହ, ୩ପ୍ଲାଟୁନ ପୁଲିସ ଫୋର୍ସ , ସିଟିଏସ ଫୋର୍ସ ଓ ବରିଷ୍ଠ ଅଧିକାରୀ ଚଢାଉରେ ସାମିଲ ହୋଇଥିଲେ ।

ଅବକାରୀ ଆଇନ୍ ଅନୁସାରେ ଯେଉଁମାନେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ବାର୍, ହୋଟେଲ ଓ ନାଇଟ କ୍ଲବ ଚଳାଉଥିଲେ ସେହି ସବୁ ସ୍ଥାନରେ ପୁଲିସ ପକ୍ଷରୁ ଚଢାଉ କରାଯାଇଥିଲା । ସାଉଣ୍ଡ ଭାଓଲେସନ ସହ ଅବାକରୀ ଆଇନରେ ଥିବା ଟର୍ମ ଓ କଣ୍ଡିସନକୁ ମଧ୍ୟ ଯାଞ୍ଚ କରିଥିଲା ପୁଲିସ । ଅବକାରୀ ଆଇନ ଉଲ୍ଲଙ୍ଘନ କରିଥିବାରୁ ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଅଞ୍ଚଳରେ ଥିବା ସମସ୍ତ ବାରକୁ ନୋଟିସ କରିବ କମିଶନରେଟ ପୁଲିସ । ଏହା ସହିତ ଅବାକାରୀ ବିଭାଗକୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ପୁଲିସ ତରଫରୁ ନୋଟିସ କରାଯିବ । ତେବେ ଏହି ଚଢାଉ ପ୍ରକ୍ରିୟା ଆଗକୁ ମଧ୍ୟ ଜାରି ରହିବ ବୋଲି ଜଣାଇଛନ୍ତ ଡିଏସପି ।