ପବିତ୍ର ମକର ସଂକ୍ରାନ୍ତିରୁ ରାମଲାଲାଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ କରିବା ଲକ୍ଷରେ ଚାଲିଛି କାର୍ଯ୍ୟ

116

କନକ ବ୍ୟୁରୋ : ଅଯୋଧ୍ୟାର ଭବ୍ୟ ରାମମନ୍ଦିର ଖୁବଶୀଘ୍ର ଭକ୍ତଙ୍କ ପାଇଁ ଖୋଲିବାକୁ ଯାଉଛି । ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଦୀର୍ଘ ସମୟ ଧରି ଚାଲି ଆସୁଛି । ଯାହା ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି । ବର୍ତମାନ ମନ୍ଦିରର ନିର୍ମାଣ କାମ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶେଷ ହୋଇଛି । ଖୁବଶୀଘ୍ର ଅବଶିଷ୍ଟ କାମ ବି ସମାପ୍ତ ହେବ । ତେବେ ଅବଶିଷ୍ଟ କାମକୁ ଡିସେମ୍ବର ୨୦୨୩ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ୨୦୨୪, ୧୪ ଜାନୁୟାରୀ ମକର ସଂକ୍ରାନ୍ତି ଦିନ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରତିମୂର୍ତି ପ୍ରତିଷ୍ଠା କରାଯିବ । ଏବଂ ସେହି ଦିନ ଠୁ ଏହି ଭବ୍ୟ ମନ୍ଦିର ଭକ୍ତଙ୍କ ପାଇଁ ଖୋଲାଯିବ । ତେଣୁ ମନ୍ଦିରର କାର୍ଯ୍ୟ ଯଥାଶୀଘ୍ର ସାରିବାକୁ ପ୍ରଶାସନ ଜୋରଦାର ପ୍ରୟାସ ଚଳାଇଛି । ଏଥିପାଇଁ ବହୁ ସଂଖ୍ୟାକ ଲୋକେ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି । ତେବେ ମନ୍ଦିରରେ ଦର୍ଶନ ୩୦ ଫୁଟ ଦୂରରୁ କରାଯିବ । ପ୍ରତିଦିନ ୧୦ ଘଂଟା ମଧ୍ୟରେ ଅଢେଇ ଲକ୍ଷ ଲୋକେ ଦର୍ଶନ କରିପାରିବେ ।