ରାଜ୍ୟ କ୍ୟାବିନେଟରେ ୧୭ ପ୍ରସ୍ତାବ ଉପରେ ଲାଗିଲା ମୋହର, ବନ୍ଦର ନୀତି ଠାରୁ ହକି ପର୍ଯ୍ୟନ୍ତ ….

751

କନକ ବ୍ୟୁରୋ : ଆଜି ରାଜ୍ୟ ସରକାରଙ୍କ କ୍ୟାବିନେଟର ଏକ ଗରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ୧୭ ଟି ପ୍ରସ୍ତାବ ଉପରେ ମୋହର ମାରିଛି କ୍ୟାବିନେଟ । ଏହି ପ୍ରସ୍ତାବଗୁଡିକ ମଧ୍ୟରେ ରାଜ୍ୟର ବନ୍ଦର ନୀତି, ଓଡିଶାରେ ହକି ବିଶ୍ୱକପ ଉତ୍ସବ ପାଳନ ନେଇ କ୍ୟାବିନେଟ ମୋହର ମାରିଛି । ଏହି ବିଶ୍ୱକପ୍ ହକି ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବ । ଜାନୁଆରୀ ୧୩ ତାରିଖରୁ ୨୯ ତାରିଖ ଯାଏ ବିଶ୍ୱକପ୍ ହକି ମ୍ୟାଚ ଖେଳାଯିବ ।

ସେପଟେ ରାଉରକେଲାରେ ମୋ ବସ୍ ସେବାର ଶୁଭାରମ୍ଭ ନେଇ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି । ସେହିଭଳି ରାଜ୍ୟ କ୍ୟାବିନେଟରେ ଶିଶୁ ନୀତି ‘ପ୍ରାରମ୍ଭ’ ଆଣିବା ନେଇ ମୋହର ଲାଗିଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟର ଶିଶୁଙ୍କ ସୁରକ୍ଷା ଓ ବିକାଶ ଉପରେ ଗୁରୁତ୍ୱ ରହିବ ବୋଲି କୁହାଯାଉଛି । ସେପଟେ ଓୟୁଟିଆର ମାଷ୍ଟର ପ୍ଲାନକୁ ମଧ୍ୟ ଅନୁମୋଦନ ମିଳିଛି । ଏନେଇ ହେବାକୁ ଥିବା ରୂପାନ୍ତରଣଷର ୧୫ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିଭଳି କଟକ ହାଡୁଆ ନଦୀରେ ହେବ ଜଳ ଭଣ୍ଡାର । ଏହି ଜଳ ଭଣ୍ଡାର ପ୍ରୋଜେକ୍ଟରେ ଖର୍ଚ୍ଚ ହେବ ୨୨୫ ଶହ କୋଟି ଟଙ୍କା । ଏହି ଜଳଭଣ୍ଡାର କାର୍ଯ୍ୟକ୍ଷମ ହେଲେ ନରସିଂହପୁର, କଟକ, ତିଗିରିଆ, ବଡମ୍ବା ଆଦି ଅଞ୍ଚଳରେ ଚାଷଜମି ଜଳସେଚିତ ହେବ ।