କ୍ୟାବିନେଟରେ ଓଡିଶା ବନ୍ଦର ନୀତିକୁ ମିଳିଲା ଅନୁମୋଦନ । ପାରିତ ହେଲା ୨୦୨୨ ବନ୍ଦର ନୀତି

167

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ କ୍ୟାବିନେଟ ବୈଠକରେ ଆଜି ଓଡିଶା ବନ୍ଦର ନୀତିକୁ ଅନୁମୋଦନ ମିଳିଛି । ଏହି କ୍ରମରେ ୨୦୨୨ ବନ୍ଦର ନୀତି ପାରିତ ହୋଇଛି । ଏହି ନୀତି ପାରିତ ହେବା ପରେ ବନ୍ଦରର ବିକାଶ କ୍ଷେତ୍ରରେ ନୂଆ ନୀତି ଆସିବ । ଆଜିର ଏହି କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ୧୭ ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ମାରିଛି । ଏହାସହ ପ୍ରାରମ୍ଭ ଶିଶୁ ନୀତି ମଧ୍ୟ ପାରିତ ହୋଇଛି । ଏଥିରେ ଶିଶୁଙ୍କର ସୁରକ୍ଷା ଓ ବିକାଶ ଉପରେ ଗୁରୁତ୍ୱ ରହିବ ।