ଖୁଚୁରା ବ୍ୟବସାୟୀ ତାଲିମ କାର୍ଯ୍ୟକ୍ରମ ଆରମ୍ଭ । ଦେଶର ୧ କୋଟି ୪୦ ଲକ୍ଷ ରିଟେଲର ପାଇବେ ଡିଜିଟାଲ ତାଲିମ ।

217

କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହେଲା ଖୁଚୁରା ବ୍ୟବସାୟୀ ତାଲିମ କାର୍ଯ୍ୟକ୍ରମ । ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି କାର୍ଯ୍ୟକ୍ରମ ଜରିଆରେ ଦେଶର ୧ କୋଟି ୪୦ ଲକ୍ଷ ରିଟେଲର ଡିଜିଟାଲ ତାଲିମ ପାଇବେ । ନିଜ ମୋବାଇଲରେ ଆପ୍ ଡାଉନ ଲୋଡ କରି କିମ୍ବା ୱେବସାଇଟ ମାଧ୍ୟମରେ ଦକ୍ଷତା ବିକାଶ ପାଇଁ ତାଲିମ ନେବେ । ଦକ୍ଷତା ବିକାଶ ମନ୍ତ୍ରାଳୟ ଅଧିନରେ କୋକା-କୋଲା ଇଣ୍ଡିଆ ଓ ଜାତୀୟ ଦକ୍ଷତା ବିକାଶ ନିଗମ ପକ୍ଷରୁ ଖୁଚୁରା ବ୍ୟବସାୟୀଙ୍କ ଏହି ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ଅଜୟ ଦେଶର ପ୍ରଥମ ଥର ପାଇଁ ସୋଆ ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ତାଲିମ ପରେ ଖୁଚୁରା ବ୍ୟବସାୟୀ ମାନଙ୍କୁ ମିଳିବ ସୁପର ପାୱାର ରିଟେଲର ମାନ୍ୟତା । ବ୍ୟବସାୟୀ ମାନେ କେମିତି ଅଧିକ ଦକ୍ଷ ହେବା ସହ ନିଜ ବ୍ୟବସାୟ ପରିସର ଓ ଲାଭକୁ ବୃଦ୍ଧି କରିପାରିବେ, ସେନେଇ ତାଲିମ ପ୍ରଦାନ କରିବା ଉଦ୍ଦେଶ୍ୟ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଦକ୍ଷତା ବିକାଶ ଆପରେ ଅନେକ ଭିଡିଓ ରହିଛି ଯାହା ଦ୍ୱାରା ବ୍ୟବସାୟୀ ମାନେ ତାଲିମ ପାଇପାରିବେ । ଆଗକୁ ଏହି ଆପରେ ଅଧିକରୁ ଅଧିକ ବଡ଼ ବଡ ଶିଳ୍ପ ସଂସ୍ଥା ଏବଂ ବ୍ୟବସାୟଙ୍କୁ ଯୋଡ଼ିବାକୁ ଲକ୍ଷ ରଖିଛି ବିଭାଗ । ଏମିତିକି ଆଇଆଇଏମକୁ ଏହି କାର୍ଯ୍ୟକ୍ରମରେ ଯୋଡ଼ି ବ୍ୟବସାୟୀଙ୍କୁ ଶିକ୍ଷାଗତ ଯୋଗ୍ୟତା ବୃଦ୍ଧି କରିବା ପାଇଁ ଆପରେ ପାଠ୍ୟକ୍ରମକୁ ମଧ୍ୟ ସାମିଲ କରାଯିବ ।