ତୀବ୍ର ଭୂମିକମ୍ପରେ ଥରିଲା ଦିଲ୍ଲୀ ଏନସିଆର, ଉତ୍ତର ଭାରତର ଅନେକ ସହରରେ କମ୍ପିଲା ଧରିତ୍ରୀ

128

କନକ ବ୍ୟୁରୋ : ରବିବାର ଦିନ ଦିଲ୍ଲୀ ଏନସିଆରରେ ତୀବ୍ର ଭୂମିକମ୍ପ ଅନୁଭୂତ ହୋଇଛି । ଦିଲ୍ଲୀ ସହିତ ନୋଏଡା ଓ ଗାଜିଆବାଦ ସହରରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ହରିଆଣାର କିଛି ଅଂଶରେ ମଧ୍ୟ ଭୂକମ୍ପରେ ମାଟି ଦୋହଲିଯାଇଛି । ଏହା ପୂର୍ବରୁ ଅକ୍ଟୋବର ୩ ତାରିଖରେ ମଧ୍ୟ ରାଜଧାନୀ ଦିଲ୍ଲୀ ଓ ଏନସିଆରରେ ଭୂକମ୍ପର ପ୍ରଭାବ ଦେଖିବାକୁ ମିଳିଥିଲା । ଏହି ଭୂମିକମ୍ପର ତୀବ୍ରତା ଏବେ ଜୋରଦାର ଥିଲା କି ଲୋକମାନେ ନିଜନିଜର ଘରୁ ବାହାରି ରାସ୍ତା ଉପରକୁ ଆସିଯାଇଥିଲେ ।

ନ୍ୟାସନାଲ ସେଣ୍ଟର ଫର ସସ୍ମୋଲୋଜୀର ସୂଚନା ମୁତାବକ ଫରିଦାବଦରେ ଭୂକମ୍ପର ତୀବ୍ରତା ୩.୧ ମାଗ୍ନିଚ୍ୟୁଡ ଥିବା ବେଳେ ହରିଆଣାରେ ଏହାର ତୀବ୍ରତା ୪.୦୮ ରହିଛି ।