ଅଗସ୍ତ୍ୟାଙ୍କ ପାଇଁ ଦୃତଗତି ହେଲା କାଳ । ଘଣ୍ଟାପ୍ରତି ୩ଶହ କିଲୋମିଟର ବେଗରେ ଚଳାଉଥିଲେ ବାଇକ୍ , ଡିଭାଇଡରରେ ପିଟି ହୋଇ ଚାଲିଗଲା ଜୀବନ

244

କନକ ବ୍ୟୁରୋ : ୟୁଟ୍ୟୁବରେ ଭିଡିଓ ଅପଲୋଡ କରିବା ଓ ଏଥିରୁ ଟଙ୍କା ରୋଜଗାର କରିବା ଏବେ ଯୁବକ ଯୁବତୀଙ୍କର ଏକ ନିଶା ପାଲଟି ଯାଇଛି । ନିଜକୁ ଫେମସ୍ କରାଇବା ଲକ୍ଷ୍ୟରେ ସେମାନେ କିଛି ବି କରିବାକୁ ପଛାଉ ନାହାଁନ୍ତି । ଏଭଳି କି ଜୀବନକୁ ବାଜି ଲଗାଇ ସେମାନେ ଭିଡିଓ କରୁଥିବାର ଦେଖିବାକୁ ମିଳିଛି । ହେଲେ ଏଭଳି ଭିଡିଓ କରିବାକୁ ଯାଇ ମୃତ୍ୟୁର ଶିକାର ହୋଇଛନ୍ତି ଚର୍ଚ୍ଚିତ ୟୁଟ୍ୟୁବର ଅଗସ୍ତ୍ୟା ଚୌହାନ ।

ଅଗସ୍ତା ଚୌ÷ହାନଙ୍କୁ ଜଣେ ପ୍ରସିଦ୍ଧ ୟୁଟ୍ୟୁବର ଭାବେ ସାରା ଦେଶର ଯୁବକ ଯୁବତୀ ଜାଣିଛନ୍ତି । ହେଲେ ଆଜି ତାଙ୍କର ଯେଭଳି ଭାବେ ମୃତ୍ୟୁ ହୋଇଛି ତାହା ଅନ୍ୟ ୟୁଟ୍ୟୁବରମାନଙ୍କୁ ଭିଡିଓ କରିବା ପୂର୍ବରୁ ହଜାରେ ଥର ଭାବିବାକୁ ବାଧ୍ୟ କରିବ । ଅଗସ୍ତ୍ୟା ତାଙ୍କ ସ୍ପୋର୍ଟସ୍ ବାଇକ ଧରି ଯମୁନା ଏକ୍ସପ୍ରେସ ୱେରେ ଯାଉଥିଲେ । ଯାଉଥିଲେ କହିଲେ ଭୁଲ ହୋଇପାରେ ସେ ବାଇକ ରେସିଂ କରି ଭିଡିଓ କରୁଥିଲେ । ଏହି ସମୟରେ ତାଙ୍କ ବାଇକର ଗତି ଘଣ୍ଟା ପ୍ରତି ୩୦୦ କିଲୋମିଟର ବେଗରେ ରହିଥିଲା । ହେଲେ ଅଗସ୍ତ୍ୟା ନିୟନ୍ତ୍ରଣ ହରାଇ ବାଇକକୁ ନେଇ ହାଇୱୋ ଡିଭାଇଡରରେ ପିଟି ଦେଇଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା କି ଘଟଣା ସ୍ଥଳରେ ୟୁଟ୍ୟୁବର ଅଗସ୍ତ୍ୟାଙ୍କର ମୃତ୍ୟୁ ହୋଇଥିଲା ।

ମୃତକ ଅଗସ୍ତ୍ୟା ଚୌହାନ ଦିଲ୍ଲୀରେ ରହୁଥିଲେ । ସେ ଏକ ୟୁଟ୍ୟୁବ ଚ୍ୟାନେଲ ଚଳାଉଥିଲେ । ଏଥିପାଇଁ ସେ ଅନେକ ସମୟରେ ଦୁଶାସହିକ ଷ୍ଟଣ୍ଟ କରି ଭିଡିଓ ସୁଟିଂ କରୁଥିଲେ ଓ ଏହାକୁ ତାଙ୍କୁ ଚ୍ୟାନେଲରେ ଅପଲୋଡ କରୁଥିଲେ । ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଲକ୍ଷଲକ୍ଷ ସବସ୍କ୍ରାଇବର ଓ କୋଟି କୋଟି ଭିଓରର୍ସ ଅଛନ୍ତି । ଅଗସ୍ତ୍ୟ ବିଶେଷ ଭାବେ ବାଇକ ରାଇଡିଂ ଉପରେ ଭିଡିଓ କରି ଅପଲୋଡ କରିଥାନ୍ତି । ଭିଡିଓରେ ଲୋକଙ୍କୁ ଦ୍ରୁତ ଗତିରେ ବାଇକ ନଚଳାଇବାକୁ ପରାମର୍ଶ ଦେଉଥିଲେ । ହେଲେ ଆଜି ତାଙ୍କ ଗାଡି ଦୁର୍ଘଟଣା ହେବା ବେଳେ ଗାଡିର ଘଣ୍ଟା ପ୍ରତି ବେଗ ୩୦୦ କିଲୋମିଟର ଉପରେ ଥିବା କଥା କୁହାଯାଉଛି ।

ଅଗସ୍ତ୍ୟା ଚୌହାନଙ୍କ ପିତା ଜିତେନ୍ଦ୍ର ଚୌହାନ ଜଣେ କୁସ୍ତଯୋଦ୍ଧା । ସେ ଦେଶପାଇଁ ଅନେକ ମେଡାଲ ମଧ୍ୟ ଜିତି ସାରିଛନ୍ତି । ପୁଅର ମୃତ୍ୟୁର ସୂଚନା ପାଇବା ପରେ ଏବେ ପୁରା ପରିବାର ଉପରେ ଶୋକର ଛାୟା ଖେଳିଯାଇଛି ।