ନିୟନ୍ତ୍ରିତ ଅଞ୍ଚଳରେ ହୋଇପାରିବ କୋଠା: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିୟନ୍ତ୍ରିତ ଅଞ୍ଚଳରେ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ପାଇଁ ଅନୁମତି

244

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିୟନ୍ତ୍ରିତ ଅଂଚଳରେ କୋଠା ନିର୍ମାଣ ପାଇଁ ଜାତୀୟ ସ୍ମାରକୀ ପ୍ରାଧିକରଣ ଏନଓସି ପ୍ରଦାନ କରିଛି । ତିନି ମହଲା ଅଭ୍ୟର୍ଥନା କୋଠା ନିର୍ମାଣ ପାଇଁ ଜାତୀୟ ସ୍ମାରକୀ ପ୍ରାଧିକରଣ ବା ଏନଏମଏ ଅନୁମତି ଦେଇଛି । ରାଜ୍ୟ ସଂସ୍କୃତି ବିଭାଗକୁ ଏହି ଏନଓସି ପଠାଇଛି ଏନଏମଏ । ଶ୍ରୀମନ୍ଦିର ପ୍ରଶାସନକୁ ତିନି ମହଲା କୋଠା ନିର୍ମାଣ ପାଇଁ ଅନୁମତି ମିଳିଥିବା ବେଳେ ସେହି କୋଠାରେ ଭକ୍ତଙ୍କ ପାଇଁ ଅଭ୍ୟର୍ଥନା କେନ୍ଦ୍ର ଓ ଅନ୍ୟାନ୍ୟ ସୁବିଧା ରହିବ । ଏପ୍ରିଲ ୨୫ତାରିଖରେ ଶ୍ରୀମନ୍ଦିର ପ୍ରଶାସନକୁ ଏହି ଏନଓସି ଦିଆଯାଇଛି । କେବଳ ସେତିକି ନୁହେଁ ପରିକ୍ରମା ପ୍ରକଳ୍ପ ମଧ୍ୟରେ ୨୦ରୁ ଅଧିକ ମଠର ପୁନରୁଦ୍ଧାର ପାଇଁ ମଧ୍ୟ ଏନଓଏସି ମିଳିଛି । ସେପଟେ କାକୁଡି ଖାଇ ଛକ ନିକଟରେ ଆଉ ଏକ ଯାତ୍ରୀ ଅଭ୍ୟର୍ଥନା କେନ୍ଦ୍ର କୋଠା ନିର୍ମାଣ ପାଇଁ ଅନୁମତି ମିଳିଛି ।