ବ୍ରହ୍ମପୁର କୋର୍ଟ ଭିତରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ: ପେଟ୍ରୋଲ ଢାଳି ଆତ୍ମହତ୍ୟା ଚେଷ୍ଟା କରୁଥିବା ବେଳେ ଅଳ୍ପକେ ବର୍ତିଲେ 

69

କନକ ବ୍ୟୁରୋ: ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ ଭିତରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ମହିଳା ଜଣକ ହଠାତ୍ କୋର୍ଟ  ଭିତରକୁ ପଶିଆସିବା ସହିତ ଶରୀରରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେଠାରେ ଥିବା ଜଣେ କର୍ମଚାରୀଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ମହିଳା ଜଣକ ଅଳ୍ପକେ ରକ୍ଷା ପାଇଯାଇଥିଲେ । ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଗୋଷାଣୀ ନୂଆଗାଁର ଝରଣା ସ୍ୱାଇଁ କୋର୍ଟ କାର୍ଯ୍ୟ ଚାଲୁଥିବା ବେଳେ ନିଜକୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ତାଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚୁରା କରାଯାଉଛି । ଝରଣା ପୂର୍ବରୁ ଏକ ଦୁଷ୍କର୍ମ ଘଟଣାରେ ନ୍ୟାୟ ପାଇଁ ଥାନାରେ ଦୁଇ ଦୁଇଟି ମାମଲା ଦେଇଛନ୍ତି । ମହିଳାଙ୍କ ସ୍ୱାମୀର ବନ୍ଧୁ ଏହିଭଳି କାଣ୍ଡ ଘଟାଇଥିବା ବେଳେ ଟଙ୍କା ଦେବା ନାଁରେ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ । ଏବେ ପୁଣି ଥରେ ମହିଳା ଜଣକ କୋର୍ଟ ଭିତରକୁ ହଠାତ୍ ପଶିଯାଇ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ କରିଥିଲେ । ଘଟଣା ସମ୍ପର୍କରେ ପୁଲିସ ଛାନ୍ ଭିନ୍ ଆରମ୍ଭ କରିଛି ।