ଅର୍ଥ ହେରଫେର ମାମଲା, ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଉପ ସଚିବ ଗିରଫ

102

କନକ ବ୍ୟୁରୋ : ମନି ଲଣ୍ଟ୍ରିଂ ମାମଲାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଉପ ସଚିବ ସୌମ୍ୟା ଚୌରାସିଆଙ୍କୁ ଗିରଫ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଆୟକର ବିଭାଗ ପକ୍ଷରୁ ଗତବର୍ଷ ଜୁନ ମାସରେ କୁହାଯାଇଥିଲା କି ଛତିଶଗଡ ରାଜଧାନୀ ରାୟପୁରରେ ଚଢାଉ ବେଳେ ୧୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ହେରଫେର ମାମଲାର ପର୍ଦ୍ଦାଫାସ ହୋଇଥିଲା । ଏହି ଅର୍ଥ କାରବାର ବ୍ୟାଙ୍କ ମାଧ୍ୟମରେ ନୁହେଁ ବରଂ ସିଧାସଳଖ ନଗଦ କାରବାରରେ ହୋଇଥିବା କଥା ଇଡି କହିଥିଲା ।

ସେପଟେ ୨୦୨୦ ଫେବୃଆରୀ ମାସରେ ସୌମ୍ୟା ଚୌରାସିଆଙ୍କ ଘର ଉପରେ ଚଢାଉ ହୋଇଥିଲା । ସେପଟେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କେନ୍ଦ୍ରୀୟ ଯାଂଚ ଏଜେନ୍ସିର ଏଭଳି ଚଢାଉକୁ ରାଜନୈତିକ ପ୍ରଣୋଦିତ ବୋଲି ଅଭିଯୋଗ କରିଥିଲେ । ସେ କହିଥିଲେ କି ତାଙ୍କ ସରକାରକୁ ଅସ୍ଥିର କରିବାକୁ କେନ୍ଦ୍ର ସରକାର ଜାତୀୟ ଯାଂଚ ଏଜେନ୍ସିର ଦୂରୋପଯୋଗ କରୁଛନ୍ତି । ସେତେବେଳେ ଏହାକୁ ନେଇ ରାଜନୀତି ସରଗରମ ହୋଇଥିଲା ।

ସେତେବେଳେ ଆୟକର ବିଭାଗ ସୌମ୍ୟା ଚୌରାସିଆ ଓ ତାଙ୍କ ନିକଟତମ ଜଣେ ବ୍ୟକ୍ତିଙ୍କ ଘରେ ଚଢାଉ କରିଥିଲେ । ଏହାପରେ ଛତିଶଗଡ ପୋଲିସ ୧୯ ଟଠି କାର ଜବତ କରିନେଇଥିଲା । ଏହି କାରଗୁଡିକୁ ଚଢାଉ ପାଇଁ ଆୟକର ବିଭାଗ ଭଡାରେ ଆଣିଥିଲେ । ଏନେଇ ପୋଲିସ କହିଥିଲା କି ସବୁ ଗାଡିଗୁଡିକ ନୋ-ପାର୍କିଂ ଜୋନରେ ଠିଆ ହୋଇଥିବାରୁ ସେଗୁଡିକୁ ଜବତ କରାଯାଇଛି  ।