ଯଦି ୟୁକ୍ରେନ୍-ରୁଷିଆ ଯୁଦ୍ଧ ହୁଏ… କ’ଣ ପଡ଼ିବ ପ୍ରଭାବ ? ପ୍ରଭାବିତ ହେବ କି ଭାରତ ?

477

କନକ ବ୍ୟୁରୋ : ୟୁକ୍ରେନ୍ ଓ ଋଷ ମଧ୍ୟରେ ଉତ୍ତେଜନାର ପ୍ରଭାବ ଏବେଠାରୁ ପଡିବା ଆରମ୍ଭ ହେଲାଣି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ପାଖାପାଖି ଶହେ ଡଲାର ହେଲାଣି । ଭାରତରେ ବିଭିନ୍ନ ରାଜ୍ୟରେ ନିର୍ବାଚନ ଥିବାରୁ ସରକାର ଏବେ ତେଲ ଦର ବୃଦ୍ଧି କରୁନାହାନ୍ତି । କିନ୍ତୁ ଆଶଙ୍କା କରାଯାଉଛି, ନିର୍ବାଚନ ସରିବା ପରେ ଏହାର ପ୍ରଭାବ ପଡିବା ଆରମ୍ଭ ହୋଇଯିବ । କେବଳ ତୈଳ ଦର ନୁହେଁ ଅନେକ କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ପଡିବ ।

ଯୁଦ୍ଧ ହେଲେ କ’ଣ ପଡ଼ିବ ପ୍ରଭାବ ? ପ୍ରଭାବିତ ହେବ କି ଭାରତ ? ୟୁକ୍ରେନ୍-ରୁଷିଆ ବିବାଦ ଯେତିକି ତେଜୁଛି, ବିଶ୍ୱ ବଜାର ସେହି ଅନୁପାତରେ ଅସ୍ଥିର ହୋଇଉଠିଛି । ଆମେରିକା, ଏସିଆ, ୟୁରୋପର ଷ୍ଟକ ବଜାର ହ୍ରାସ ପାଇବାରେ ଲାଗିଛି । ଭାରତରେ ମଧ୍ୟ ଅନୁରୂପ ସ୍ଥିତି ସୃଷ୍ଟି ହୋଇଛି । ଅନିଶ୍ଚିତତା ଭିତରେ ଗତି କରୁଛି ଭାରତୀୟ ସେୟାର ବଜାର । କେବଳ ସେୟାର ବଜାର ନୁହେଁ, କ୍ରୁଡ୍ ଅଏଲ ବା ଅଶୋଧିତ ତେଲ ମଧ୍ୟ ହୁ ହୁ ହୋଇ ବଢ଼ିଚାଲିଛି । ସାରା ବିଶ୍ୱରେ ଦରଦାମ ମଧ୍ୟ ବଢ଼ିବାରେ ଲାଗିଛି । ସ୍ଥିତି ଧୀରେ ଧୀରେ ଅଣାୟତ ହେବାରେ ଲାଗିଛି ।

ନଜର ପକାନ୍ତୁ, ବର୍ତମାନର ସ୍ଥିତି ଉପରେ –
ବିଶ୍ୱ ବଜାରରେ ଅସ୍ଥିରତା
ଅଶୋଧିତ ତେଲ ବ୍ୟାରେଲ୍ ପିଛା ୯୮ ଡଲାର
୩ ମାସରେ ୫୦ ପ୍ରତିଶତ ବୃଦ୍ଧି
ଅଶୋଧିତ ତେଲ ଦର ୨୦୧୪ ସେପ୍ଟେମ୍ବର ପରେ ସର୍ବାଧିକ
ସୁନା ଦର ୧୩ ମାସର ରେକର୍ଡ ଭାଙ୍ଗିଲା
୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୫୧ ହଜାର ୯୦୦ ଟଙ୍କା
ଖାଦ୍ୟ ସାମଗ୍ରୀର ମଧ୍ୟ ବଢ଼ୁଛି ଦର

ବଡ଼ କଥା ହେଉଛି ଯୁଦ୍ଧ ଆଶଙ୍କାରେ ବଜାର ଯେତିକି ଅସ୍ଥିର ହେଉଛି, ଦରଦାମ ଯେପରି ବଢ଼ିଚାଲିଛି, ଯଦି ବାସ୍ତବରେ ଯୁଦ୍ଧ ହୁଏ, ତେବେ ପରିସ୍ଥିତି ସାଂଘାତିକ ହୋଇଯିବ । ମାନବୀୟ ସଙ୍କଟ ଚରମ ସୀମାରେ ପହଞ୍ଚିଯିବ । ବିଶ୍ୱର ବିଭିନ୍ନ ଅଞ୍ଚଳରେ ହାହାକାର ପରିସ୍ଥିତି ସୃଷ୍ଟି ହେବ ।

ଯଦି ୟୁକ୍ରେନ୍-ରୁଷିଆ ଯୁଦ୍ଧ ହୁଏ..
ବ୍ୟାପକ ଧନ-ଜୀବନ କ୍ଷତି ହେବ
୨୫ରୁ ୫୦ ହଜାର ଲୋକଙ୍କ ଜୀବନ ଯାଇପାରେ
ସାରା ବିଶ୍ୱରେ ଖାଦ୍ୟାଭାବ ଉତ୍କଟ ରୂପ ନେଇପାରେ
ୟୁକ୍ରେନରେ ୧୫ ଲକ୍ଷ ଲୋକ ବିସ୍ଥାପିତ ହୋଇପାରନ୍ତି
ବିଶ୍ୱ ଅର୍ଥନୀତିରେ ବଡ଼ ଧରଣର ମାନ୍ଦାବସ୍ଥା ଦେଖା ଦେଇପାରେ
ଭାରତ ଭଳି ଦେଶରେ ବେକାରୀ ବଢ଼ିବ
ଜନ-ହିତକର ଯୋଜନା ଉପରେ ପ୍ରଭାବ ପଡ଼ିବ
ଉଭୟ ଶିଳ୍ପ-ସେବା କ୍ଷେତ୍ର ବ୍ୟାପକ ଭାବେ ପ୍ରଭାବିତ ହେବ
ବିଦେଶରୁ ଆସୁଥିବା କଞ୍ଚାମାଲର ସଙ୍କଟ ପଡ଼ିବ
ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବ
ଦରଦାମ ବେଲଗାମ ହେବାର ଆଶଙ୍କା ରହିଛି

ମୋଟ ଉପରେ ଏତିକି କୁହାଯାଇପାରେ ଯଦି ପ୍ରକୃତରେ ଯୁଦ୍ଧ ହୁଏ, ତେବେ ଏହାର ପ୍ରଭାବ ଆକଳନଠାରୁ ଆହୁରି ଅଧିକ ହେବାର ଆଶଙ୍କା ରହିଛି ।