ସାପ ପାଟିରୁ ବାହାରୁଛି କୁକୁଡା ଅଣ୍ଡା : ବିରଳ ପ୍ରଜାତିର ଚମ୍ପା ନାଗ ପାଟିରୁ ବାହାର କଲା ୮ଟି କୁକୁଡ଼ା ଅଣ୍ଡା

449

କନକ ବ୍ୟୁରୋ : ସାପ ପାଟିରୁ ବାହାରୁଛି କୁକୁଡା ଅଣ୍ଡା । ଏକଥା ବିଶ୍ୱାସ ହେଉନଥିଲେ ବି ସତ । ବିରଳ ପ୍ରଜାତିକ ଚମ୍ପା ନାଗ ସାପ କୁକୁଡା ଅଣ୍ଡା ପାଟିରୁ ବାହାର କରୁଥିବାର ଦୃଶ୍ୟ କନକ ନ୍ୟୁଜ୍ କ୍ୟାମେରାରେ କଏଦ ହୋଇଛି । ସାପଟି ପାଟି ପଟେ ଗୋଟିଏ ପରେ ଗୋଟିଏ ମୋଟ ୮ଟି ଅଣ୍ଡା ବାହାର କରୁଛି । ଏହି ନାଗ ସାପ କିଛି ଦିନ ଧରି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅନ୍ତର୍ଗତ କହ୍ନେଇବନ୍ଧ ଅଂଚଳରେ କୁକୁଡା ଏବଂ କୁକୁଡା ଅଣ୍ଡା ଖାଇ ଆତଙ୍କ ଖେଳାଇଥିଲା ।

ଆଜି ସ୍ଥାନୀୟ ଅଞ୍ଚଳର ମନରଞ୍ଜନ ସାହୁଙ୍କ ଘରୁ ଏଭଳି ବିରଳ ଚମ୍ପା ନାଗ ସାପ ଉଦ୍ଧାର ହୋଇଛି । ସାପ ଉଦ୍ଧାକାରୀ ସସ୍ମିତା ଗୋଚ୍ଛାୟତ ଏହି ସାପକୁ ଉଦ୍ଧାର କରି ସିମିଳିପାଳ ଜଙ୍ଗଲରେ ଛାଡିଛନ୍ତି । ହେଲେ ସବୁଠୁ ବଡ କଥା ହେଉଛି ସାପ ଖାଇଥିବା ୮ ଟି କୁକୁଡା ଅଣ୍ଡା ଗୋଟିଏ ପରେ ଗୋଟଏ ପାଟିପଟେ ଓଗାଳି ଦେଇଥିଲା । ଯାହା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।