ବଦଳିଲା ସମୟ, ବଦଳିଗଲା ପରିସ୍ଥିତି । ପୁଟିନଙ୍କ ୩୬ ଘଂଟିଆ ଯୁଦ୍ଧବିରତି ଘୋଷଣା

132

କନକ ବ୍ୟୁରୋ : ଖ୍ରୀଷ୍ଟମାସ ପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ ୩୬ ଘଂଟିଆ ଯୁଦ୍ଧବିରତିି ଘୋଷଣା କରିବା ସହ ଏହି ନିର୍ଦ୍ଦେଶ ପାଳନ କରିବାକୁ ତାଙ୍କ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର ରାତି ୧୨ଟାରୁ ୩୬ ଘଂଟା ଯୁଦ୍ଧବିରତିରେ ସହଯୋଗ କରିବାକୁ ୟୁକ୍ରେନକୁ କହିଛନ୍ତି ପୁଟିନ୍ । ହେଲେ ପୁଟିନଙ୍କ ଯୁଦ୍ଧବିରତି ଘୋଷଣାକୁ ପ୍ରତ୍ୟାଖାନ କରିଛି ୟୁକ୍ରେନ୍ । ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ କହିଛନ୍ତି, ଏଭଳି ଯୁଦ୍ଧବିରତିି ୟୁକ୍ରେନ ସେନାର ପରାକ୍ରମକୁ ରୋକିବାର ଏକ ପ୍ରୟାସ । ଏହା ଦ୍ୱାରା ଋଷ ସେନା ବିତାଡିତ ହୋଇଥିବା ପୂର୍ବ ଡୋନାବାସ ପ୍ରଦେଶକୁ ଋଷ ଅଧିକ ସେନା, ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟ ମିଲିଟାରୀ ସରଞ୍ଜାମ ପଠାଇପାରିବ । ଯୁଦ୍ଧ ସେବେ ସରିବ ଯେବେ ଋଷ ସେନା ୟୁକ୍ରେନ ଛାଡି ଚାଲିଯିବେ ନଚେତ୍ ଯେବେ ଆମେ ତାଙ୍କୁ ବିତାଡିତ କରିଦେବୁ ବୋଲି କହିଛନ୍ତିି ୟୁକ୍ରେନ ରାଷ୍ଟ୍ରପତି ଭୋଲଦାମିର ଜେଲେନସ୍କି ।

ପୁଟିନ୍ ଯୁଦ୍ଧବିରତି ନେଇ ଘୋଷଣା କରିବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ୧୦ ମାସର ଯୁଦ୍ଧ, ହଜାର ହଜାର ଲୋକଙ୍କ ଜୀବନ ଯିବା ପରେ ଯୁଦ୍ଧବିରତି ଘୋଷଣା ପୁଟିନଙ୍କୁ ଅକ୍ସିଜେନ ଯୋଗାଇଛି । ପୁଟିନ୍ଙ୍କ ଏଭଳି କଟାକ୍ଷର ଯବାବ ରଖି ଆମେରିକାରେ ଥିବା ଋଷ ରାଷ୍ଟ୍ରଦୂତ ଆନଟୋଲି ଆନଟୋନୋଭ କହିଛନ୍ତି, ୟୁକେନ୍ ଶେଷ ବ୍ୟକ୍ତି ବଂଚିଥିବା ଯାଏ ୱାସିଙ୍ଗ୍ଟନ୍ ଆମ ସହ ଏଭଳି ବିବାଦ କରିବ । ଖ୍ରୀଷ୍ଟମାସ ପାଇଁ ପୁଟିନ୍ ୟୁକେନ ସହ ଥିବା ପ୍ରକୃତ ସୀମାରେଖା ଅଂଚଳରେ ୩୬ ଘଂଟା ଯୁଦ୍ଧ ନ କରିବାକୁ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି । ଋଷରେ ଜାନୁଆରୀ ୭ ତାରିଖରେ ଖ୍ରୀଷ୍ଟମାସ ପାଳନ କରାଯାଉଥିବା ବେଳେ ୟୁକ୍ରେନରେ ଡିସେମ୍ବର ୨୫ ତାରିଖରେ ଖ୍ରୀଷ୍ଟମାସ ପାଳନ କରାଯାଏ ।