ଦୁର୍ବିସହ ହେଲାଣି ପାକିସ୍ତାନର ସ୍ଥିତି । ଦେଶରେ ଲାଗିଛି ଦରଦାମର ନିଆଁ, ମିଳୁନି ଦରମା, ହାଟ ବଜାର ବନ୍ଦ

149

କନକ ବ୍ୟୁରୋ : ଦିନକୁ ଦିନ ବିଗୁଡୁଛି ପାକିସ୍ତାନ ଆର୍ଥିକ ସ୍ଥିତି । ଦୁଇ ମୁଠା ଖାଦ୍ୟ ପାଇଁ ମଧ୍ୟ ଲୋକଙ୍କୁ କରିବାକୁ ପଡୁଛି ସଂର୍ଘଷ । ପାକିସ୍ତାନରେ ଏବେ ଦୈନନ୍ଦିନ ଜୀବନ ଏତେ ମାତ୍ରାରେ ଦୁର୍ବିସହ ହୋଇପଡିଛି ଯେ ସରକାର ମଧ୍ୟ ହାତ ଟେକି ଦେଇଛନ୍ତି । ଦେଶରେ ଖାଦ୍ୟଠୁ ନେଇ ଔଷଧ ଏବଂ ଜରୁରୀ ଜିନିଷ ଦାମ ଆକାଶଛୁଆଁ ହୋଇଛି । ପାକିସ୍ତାନରେ ଏବେ ହାହାକାର ସ୍ଥିତି ଉପୁଜିଛି ।

କାଙ୍ଗାଳ ପାକିସ୍ତାନ ପାଉନି ରାହା:
• ଗୋଟିଏ ରୋଷେଇ ଗ୍ୟାସ ସିଲିଣ୍ଡର ୧୦ହଜାର ଟଙ୍କାରେ ବିକ୍ରି ହେଉଛି
• ଏକ କିଲୋଗ୍ରାମ ଚିକେନର ଦାମ ରହିଛି ୮୦୦ ଟଙ୍କା
• ଚିନି,ଅଟା,ଡାଲି ଦାମ ୧୫ଦିନ ମଧ୍ୟରେ ୫୦ପ୍ରତିଶତ ବୃଦ୍ଧି ପାଇଛି
• ଦେଶରେ ଖାଦ୍ୟ, ପାନୀୟ, ବିଜୁଳି, ସ୍ୱାସ୍ଥ୍ୟସେବା, ପେଟ୍ରୋଲ,ଡିଜେଲରେ ସବୁ କିଛି ଆକାଶ ଛୁଆଁ ଦର ଦାମରେ ବିକ୍ରି ହେଉଛି
• ସରକାରଙ୍କ ତରଫରୁ ସମସ୍ତ ମଲ.ଥିଏଟରକୁ ରାତି ୮ଟା ପରେ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି
• ଦୂତାବାସ ବନ୍ଦ କରାଯାଇପାରେ
• କାରଖାନାରେ ଉତ୍ପାଦନ ବନ୍ଦ କରାଯାଇଛି
• ସରକାରୀ ଚାକିରିଆଙ୍କୁ ୱାର୍କ ଫ୍ରମ ହୋମ୍ କରିବାକୁ ନିର୍ଦ୍ଦେଶ

ଆର୍ଥିକ ସଙ୍କଟ ଗମ୍ଭୀର ହେବା ସହ ଦେଶରେ ବେକାରୀ ସମସ୍ୟାର ଚିତ୍ର ସମସ୍ତଙ୍କୁ ଚକିତ କରିଦେଇଛି । ଲୋକମାନେ ପୁରା ଇନ୍ଧନ ଗ୍ୟାସ ଟାଙ୍କି କିଣିବାକୁ ଅକ୍ଷମ ହେବାରୁ ପଲିଥିନରେ କିଛି କିଛି ଗ୍ୟାସ ପୁରାଇ ଘରକୁ ନେଉଛନ୍ତି । ଏହାସହ ବଜାରର ଦରବୃଦ୍ଧି କାରଣରୁ ଲୋକମାନେ ମଧ୍ୟ ଭୋକ ଉପରେ ନିୟନ୍ତ୍ରଣ କରିବା ଆରମ୍ଭ କରିଦେଇଛନ୍ତି ।

ଋଣଭାରରେ ବୁଡ଼ିଛି ପାକିସ୍ତାନ:
• ଡନର ରିପୋର୍ଟ ଅନୁସାରେ ୨୦୨୨ ମାର୍ଚ୍ଚ ସୁଦ୍ଧା ପାକିସ୍ତାନ ମୁଣ୍ଡ ଉପରେ ୪୩ଲକ୍ଷ କୋଟିି ଋଣ ଭାର ରହିଥିଲା
• ଇମ୍ରାନ ଖାନଙ୍କ ସରକାର ସମୟରେ ଦେଶ ସବୁଠୁ ଅଧିକ ଋଣ ନେଇଥିଲା
• ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ୨୯୪ ମିଲିୟନ ଡଲାର ହ୍ରାସ ପାଇ ୫.୮ ମିଲିୟନ ଡଲାରରେ ପହଁଚିଛି
• ୨୦୨୨-୨୩ ଜୁଲାଇ ମାସ ସୁଦ୍ଧା ପାକିସ୍ତାନ ରାଜକୋଷର ଜିଡିପି ୧.୫ ପ୍ରତିଶତ ହ୍ରାସ ପାଇଛି
• ପାକିସ୍ତାନ ବୈଦେଶିକମନ୍ତ୍ରୀ ଖ୍ୱାଜା ଆସିଫ ସୂଚନା ଦେଇଛନ୍ତି

କିଛି ଦିନ ପୂର୍ବରୁ ଶ୍ରୀଲଙ୍କାରେ ଯେଉଁ ସ୍ଥିତି ଦେଖାଦେଇଥିଲା ଏବେ ସେମିତି କିଛି ସମସ୍ୟା ଉପଜିଛି ପାକିସ୍ତାନରେ । ଦେଶର ଆର୍ଥିକ ସ୍ଥିତି ଭୟଙ୍କରଭାବେ ବିଗିଡିବାରେ ଲାଗିଛି । ଆର୍ଥିକ ଋଣ ବୋଝ ସମ୍ଭାଳିବା ପାକିସ୍ତାନ ସରକାର ପାଇଁ କାଠିକର ପାଠ ହୋଇପଡିଲାଣି । ଯଦି ସମୟ ଥାଉଥାଉ ପାକିସ୍ତାନ ସରକାର ଆବଶକୀୟ ପଦକ୍ଷେପ ନନିଅନ୍ତି ତେବେ ଦେଶର ସ୍ଥିତି ଠିକ୍ ଶ୍ରୀଲଙ୍କା ପରି ହେବାକୁ ରୋକିବା ଅସମ୍ଭବ ହୋଇପଡିବ ।