ରଥଯାତ୍ରୀର ଦୁଇ ଦିନ ପୂର୍ବରୁ ଦେବଦଳନ ରଥ ଅଖରେ ଫାଟ । ହେଲେ ବଦଳିବନି ଦର୍ପଦଳନ ରଥର ଅଖ । ଫାଟ ଥିବା ସ୍ଥାନରେ ଲାଗିବ ୟୁ-କ୍ଲାମ୍ପ

248

କନକ ବ୍ୟୁରୋ: ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଅଖରେ ଫାଟ । ରଥଯାତ୍ରାକୁ ଆଉ ମାତ୍ର ଦୁଇ ଦିନ ବାକି ଥିବାବେଳେ ଚକରେ ଫାଟ ସୃଷ୍ଟି ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଅଖର ଫାଟ ମରାମତି କରାଯିବ ନା’ ଅଖ ପରିବର୍ତନ କରାଯିବ ସେନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ଏଭଳି ସନ୍ଦେହ ଭିତରେ ରଥ ଯାଞ୍ଚ କମିଟି ସଦସ୍ୟ ସ୍ଥିତିର ଅନୁଧ୍ୟାନ କରିଥିଲେ । ଆଉ ଅଖରେ ୟୁ-କ୍ଲେମ୍ପ ଲଗାଇ ଅଖକୁ ସୁରକ୍ଷିତ ରଖାଯିବ ବୋଲି ନିଷ୍ପତି ନେଇଛି ରଥ ନିର୍ମାଣ କମିଟି ।

  • ବଦଳିବନି ଦର୍ପଦଳନ ରଥର ଅଖ
  • ଫାଟ ଥିବା ସ୍ଥାନରେ ଲାଗିବ ୟୁ-କ୍ଲାମ୍ପ

ବଦଳିବନି ଦର୍ପଦଳନ ରଥର ପଛୁଆଣି ଅଖ। ରଥ ନିର୍ମାଣ କମିଟିର ଯନ୍ତ୍ରୀଙ୍କୁ ନେଇ ସମୀକ୍ଷା କରିବା ପରେ ନିଆଯାଇଛି ଏଭଳି ନିଷ୍ପତ୍ତି। ଅଖରେ ସୃଷ୍ଟି ହୋଇଥିବା ଫାଟ ରଥ ପାଇଁ କୌଣସି ବିପଦ ସୃଷ୍ଟି ହେବ ନାହିଁ ବୋଲି ସୂଚନା ଦିଆଯାଇଛି । ଏହି ପ୍ରସଙ୍ଗକୁ ନେଇ ସ୍ୱତନ୍ତ୍ର ବୈଠକରେ ଆଲୋଚନା ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ବୈଠକ ପରେ କମିଟି ରଥ ନିକଟକୁ ଯାଇ ଅନୁଧ୍ୟାନ କରିଥିଲେ।। ଅନୁଧ୍ୟାନ ପରେ ଜଣାପଡ଼ିଛି, ଚକ, ଅଖ ସଂପୂର୍ଣ୍ଣ ସୁରକ୍ଷିତ ରହିଛି । ରଥ ପ୍ରତି କୌଣସି ବିପଦ ନାହିଁ । ସୁରକ୍ଷା ଦୃଷ୍ଟିରୁ ଆଉ ଏକ ୟୁ-କ୍ଲାମ୍ପ ଦିଆଯିବ ।

ଦେବୀ ସୁଭଦ୍ରାଙ୍କ ପଛୁଆଣି ଅଖ ବା ସାନଉଛୁଳା ଅଖରେ ଫାଟ ସୃଷ୍ଟି ହୋଇଥିବା ସକାଳୁ ଜଣାପଡିଥିଲା। ପୂର୍ବରୁ ଫାଟ ଥିବା ବେଳେ ଏହାକୁ କ୍ଲାମ୍ପ ଦିଆଯାଇଥିଲା । ତେବେ ଏହି ଫାଟ ଅଧିକ ଦିଶୁଥିଲା।ଏହାକୁ ବଦଳାଯିବା ଆବଶ୍ୟକତା ରହିଛି ବୋଲି କହିଥିଲେ ଦଇତାପତି ସେବାୟତ । ଦର୍ପଦଳନ ରଥ ର ସାନ ଉଛଳା ଚକର ଅଖରେ ଫାଟ ଘଟଣାକୁ ନେଇ ଶ୍ରୀମନ୍ଦିର କାର୍ୟ୍ୟାଳୟ ଠାରେ ରଥ ନିର୍ମାଣ କମିଟିର ବୈଠକ ବସିଥିଲା । ପୂର୍ବବର୍ଷ ମାନଙ୍କରେ ମଧ୍ୟ ଶେଷ ମୁହୂର୍ତ୍ତରେ ଚକ ,ଅଖ ଫାଟ ସୃଷ୍ଟି ହୋଇ ପରିବର୍ତ୍ତନ କରାଯାଇଥିଲା। ତେବେ ଦର୍ପଦଳନ ରଥ ଚକରେ ସୃଷ୍ଟି ହୋଇଥିବା ଫାଟ ଯୋଗୁଁ କୌଣସି ବିପଦ ନଥିବା ସ୍ପଷ୍ଟ କରିଛି ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି ଓ ରଥ ନିର୍ମାଣ ଯାଞ୍ଚ କମିଟି ।