ମୌସୁମୀ ସମୟରେ ରାଜ୍ୟରେ ସ୍ୱାଭାବିକଠୁ ଅଧିକ ବର୍ଷା : ବୌଦ୍ଧ ଓ କନ୍ଧମାଳରେ ହୋଇଛି ଅତ୍ୟଧିକ ବର୍ଷା

73

କନକ ବ୍ୟୁରୋ : ମୌସୁମୀ ସମୟରେ ରାଜ୍ୟରେ ୯୩୪.୨ ମିମି ବର୍ଷା ରେକର୍ଡ ହୋଇଛି । ଜୁନ୍ ୧ରୁ ଅଗଷ୍ଟ ୨୧ ମଧ୍ୟରେ ଏହି ବର୍ଷା ରେକର୍ଡ ହୋଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏହି ସୂଚନା ଦେଇଛି । ସ୍ୱାଭାବିକ ଭାବେ ୮୧୧.୯ ମି.ମି ରେକର୍ଡ ହେବାର ଥିଲା କିନ୍ତୁ ଏବେ ଆଉ ୧୫ ପ୍ରତିଶତ ଅଧିକ ବର୍ଷା ହୋଇଛିି ।

ଏହି ସମୟ ମଧ୍ୟରେ ବୌଦ୍ଧରେ ୬୨ ପ୍ରତିଶତ, କନ୍ଧମାଳରେ ୭୩ ପ୍ରତିଶତ ସ୍ୱାଭାବିକଠୁ ଅତ୍ୟଧିକ ବର୍ଷା ରେକର୍ଡ ହୋଇଛି । ଦେବଗଡରେ ୪୦ ପ୍ରତିଶତ, ଢେଙ୍କାନାଳରେ ୨୯ ପ୍ରତିଶତ, ଜଗତସିଂହପୁରରେ ୨୧ ପ୍ରତିଶତ, ନୟାଗଡରେ ୨୨ ପ୍ରତିଶତ, ନୂଆପଡାରେ ୨୦ ପ୍ରତିଶତ, କୋରାପୁଟରେ ୩୦ ପ୍ରତିଶତ, ରାୟଗଡାରେ ୩୩ ପ୍ରତିଶତ ଏବଂ ଗଜପତିରେ ୨୦ ପ୍ରତିଶତ ବର୍ଷା ରେକର୍ଡ ହୋଇଛି । ବାକି ୨୦ ଜିଲ୍ଲାରେ ମଧ୍ୟ ଏହି ସମୟରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ।