ଫେରାର ଅଭିଯୁକ୍ତ ଘରେ କାମ କରିବାରୁ ସ୍ୱାମୀ-ସ୍ତ୍ରୀଙ୍କୁ ବାନ୍ଧିଲେ ଗ୍ରାମବାସୀ: ମୟୂରଭଞ୍ଜ ମୁକ୍ତାପୁର ମନ୍ଦିର ନିକଟରୁ ଉଦ୍ଧାର କଲା ବେତନଟି ପୁଲିସ 

187

କନକ ବ୍ୟୁରୋ: ସ୍ୱାମୀ ସ୍ତ୍ରୀଙ୍କୁ ଦୌଡିରେ ବାନ୍ଧିଲେ । ୨ କିଲୋମିଟର ଚଲାଇବା ସହ ମାଡ ମାରିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ୧୫ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି ବେତନଟୀ ଥାନା ପୁଲିସ । ଏବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘଟଣା ବାବଦରେ । ଦୌଡିର ବନ୍ଧା ହୋଇଥିବା ଏହି ୨ ଜଣ ମୟୂରଭଂଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଛଚିନାପଦ ଗାଁର ପ୍ରଦୀପ ବେହେରାଙ୍କ ଘରେ କାମ କରିବାକୁ ଯାଇଥିଲେ । ପ୍ରଦୀପ ଗାଁରେ ଏକ କିଓସ୍କ ବ୍ୟାଙ୍କ ଶାଖା ଖୋଲି ମୁକ୍ତାପୁର ପଂଚାୟତର ଶତାଧିକ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇ ଫେରରା ହୋଇଯାଇଛନ୍ତି । ତେଣୁ ଫେରାର ଅଭିଯୁକ୍ତ ଘରକୁ କାହିିଁକି କାମ କରିବାକୁ ଗଲ ବୋଲି କହି ସ୍ଥାନୀୟ ଲୋକ ତାତି ଉଠିଲେ । ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଧରି ଦୌଡିରେ ବାନ୍ଧି ପ୍ରାୟ ୨ କିଲୋମିଟର ବାଟ ଚଲାଇ ଚଲାଇ ମୁକ୍ତାପୁର ମନ୍ଦିର ନିକଟକୁ ଆଣିଲେ । ମନ୍ଦିର ପାଖରେ ସ୍ୱାମୀ-ସ୍ତ୍ରୀଙ୍କୁ ମାଡ ମରାଯାଉଥିବା ଖବର ପାଇ ବେତନଟି ପୁଲିସ ପହଂଥିଲା । ଉଭୟଙ୍କୁ ଉଦ୍ଧାର କରିବା ସହ ଏହି ଘଟଣାରେ ୧ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ପୁଲିସ ।