ଆଜିଠୁ ୧୨ରୁ ୧୪ ବର୍ଷ ବୟସ୍କଙ୍କୁ ଦିଆଯିବ କରୋନା ଟିକା । କିଶୋରଙ୍କୁ ଟିକାକରଣରେ ଆଉ ଏକ ପାଦ ଆଗେଇବ ଭାରତ ।

97

କନକ ବ୍ୟୁରୋ : କୋଭିଡ ଟିକାକରଣରେ ଭାରତ ଆଉ ପାଦେ ଆଗେଇବ । ୧୨ରୁ ୧୪ ବର୍ଷ ବୟସ୍କ ପିଲାଙ୍କୁ ଆଜିଠୁ ଟିକା ଦିଆଯିବ । ଭାରତରେ ପ୍ରସ୍ତୁତ କୋର୍ବେଭାକ୍ସ ଟିକାର ଦୁଇଟି ଡୋଜ ପିଲାଙ୍କୁ ଦିଆଯିବ । ପ୍ରଥମ ଡୋଜ ନେବାର ୨୮ ଦିନ ପରେ ଦ୍ୱିତୀୟ ଡୋଜ ଦିଆଯିବ ।
୨୦୧୦ ମାର୍ଚ୍ଚ ୧୫ ତାରିଖ ପୂର୍ବରୁ ଜନ୍ମ ନେଇଥିବା ପିଲା ଟିକା ନେଇ ପାରିବେ । ଏଥିପାଇଁ ଅଭିଭାବକମାନେ ଅନଲାଇନରେ ପଞ୍ଜିକରଣ କରିପାରିବେ । ଟିକାଦାନ କେନ୍ଦ୍ରରେ ମଧ୍ୟ ଅନସ୍ପଟ ରେଜିଷ୍ଟ୍ରେସନ କରି କିଶୋର କିଶୋରୀ କରୋନା ଟିକାର ପ୍ରଥମ ଡୋଜ ନେଇପାରିବେ । କୋର୍ବେଭାକ୍ସ ଟିକା ନେବାର ଅଧଘଂଟା କିଶୋର, କିଶୋରୀଙ୍କୁ ନୀରିକ୍ଷଣରେ ରଖାଯିବ । ସେହି ସମୟରେ କୌଣସି ଅସୁସ୍ଥତା ଦେଖା ଦେଲେ ସେଠାରେ ଉପସ୍ଥିତ ସ୍ୱାସ୍ଥ୍ୟ କର୍ମୀ ତୁରନ୍ତ ଆବଶ୍ୟକୀୟ ଚିକିତ୍ସା କରିବେ । ବର୍ତମାନ ରାଜ୍ୟରେ ୧୫ ଲକ୍ଷ ୪୭ ହଜାର କୋର୍ବେଭାକ୍ସ ଡୋଜ ଟିକା ରହିଛି ।