ଆପଣଙ୍କ ଗାଡ଼ିରେ ଲାଗିଛି କି ବିକଟାଳ ଶବ୍ଦ କରୁଥିବା ସାଇଲେନ୍ସର ? ସାବଧାନ ହୋଇଯାଆନ୍ତୁ…

224

କନକ ବ୍ୟୁରୋ : ରୋଡ ରୋମିଓ ସାବଧାନ । ବିକଟାଳ ଶବ୍ଦ କଲା ଭଳି ସାଇଲେନ୍ସର ଲାଗିଥିବା ବାଇକ ଉପରେ ରହିଛି କମିଶନରେଟ ପୋଲିସର ନଜର । ବିକଟାଳ ଶବ୍ଦ କରୁଥିବା ବାଇକ୍ ସାଇଲେନ୍ସରକୁ ନେଇ କମିଶନରେଟ୍ ପୋଲିସ ସାଇଲେନ୍ସର ସୋ ରୁମ୍ ଉପରେ ଚଢାଉ କରିଛି । ରାଜଧାନୀର ବିଭିନ୍ନ ଜାଗାରେ ରେଡ୍ କରି ୭୫ରୁ ଅଧିକ ସାଇଲେନ୍ସର ଜବତ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ ଟିମ୍ ।

ଆପଣଙ୍କ ଗାଡ଼ିରେ ଲାଗିଛି କି ବିକଟାଳ ଶବ୍ଦ କରୁଥିବା ସାଇଲେନ୍ସର ? ସାବଧାନ ହୋଇଯାଆନ୍ତୁ, ଆପଣଙ୍କ ଉପରେ ରହିଛି କମିଶନରେଟ ପୋଲିସର ନଜର । ବିକଟାଳ ଶବ୍ଦ କରୁଥିବା ବାଇକ୍ ସାଇଲେନ୍ସରକୁ ନେଇ କମିଶନରେଟ୍ ପୋଲିସର ରେଡ୍ । ସାଇଲେନ୍ସର ବିକ୍ରି ଉପରେ ରୋକ୍ ଲଗାଇବାକୁ ଚାଲିଛି ଜୋରଦାର ଉଦ୍ୟମ । ଏହି କ୍ରମରେ ସାଇଲେନ୍ସର ସୋ ରୁମ୍ ଉପରେ ଚଢାଉ ହୋଇଛି । ରାଜଧାନୀର ବିଭିନ୍ନ ଜାଗାରେ ରେଡ୍ କରି ୭୫ରୁ ଅଧିକ ସାଇଲେନ୍ସର ଜବତ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ ଟିମ୍ ।

ବାଇକରୁ ବାହାରୁଥିବା ବିକଟାଳ ଶବ୍ଦ ଯୋଗୁଁ ସାଧାରଣ ଲୋକ ହଇରାଣ ହେଉଥିବାରୁ ଏହାକୁ ରୋକିବା ଉପରେ ଗୁରୁତ୍ୱ ଦିଆଯାଉଛି । ଆଗରୁ ଏଭଳି ବିକଟାଳ ଶବ୍ଦ କରୁଥିବା ବାଇକ ଓ ବୁଲେଟ୍ ଚଲାଇବା ଉପରେ ରୋକ ଲଗାଇଥିଲେ କମିଶନରେଟ୍ ପୋଲିସ । ଏବେ ବିକଟାଳ ଶବ୍ଦ କରୁଥିବା ସାଇଲେନ୍ସର ବିକ୍ରି ଉପରେ ରୋକ ଲଗାଇବାକୁ ପୋଲିସ ଚଢ଼ାଉ କରୁଛି ।