ବିଧାନସଭା ଶୂନ୍ୟକାଳରେ ବିଜେପି-ବିଜେଡି ମୁହାଁମୁହିଁ: ଫାଇଭ-ଟି କେମିତି ସିଏମଓ ହେଲେ ପ୍ରଶ୍ନ ଉଠାଇଲେ ବିରୋଧୀ

487

କନକ ବ୍ୟୁରୋ: ବିଧାନସଭା ଶୂନ୍ୟକାଳରେ ବିଜେପି ଓ ବିଜେଡି ମୁହାଁମୁହିଁ । ଫାଇଭ-ଟି କେମିତି ସିଏମଓ ହେଲେ ବୋଲି ପ୍ରଶ୍ନ ଉଠାଇଲେ ବିରୋଧୀ ଦଳ ନେତା । ଗୋଟିଏ ବିଚାରଧାରା ସିଏମ୍ଓ କେମିତି ହେବ? ମୁଖ୍ୟମନ୍ତ୍ରୀଙ୍କ ଯଦି ସେ ଜଣେ ସଚିବ ତେବେ ସେ ସିଏମ୍ଓର ଜଣେ କର୍ମଚାରୀ ହୋଇପାରନ୍ତି । ସିଏମ୍ଓ କେମିତି ହେବେ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା । ସେପଟେ ବିଜେଡି ଶୂନ୍ୟକାଳରେ ଚାଉଳ ପ୍ରସଙ୍ଗ ଉଠାଇଛି । ଦଳ କହିଛି, କେନ୍ଦ୍ର ସରକାର ୫ କେଜି ଚାଉଳ କାଟି ଦେଲେ । ୭୧ ହଜାର କୋଟି ବଜେଟ୍ରୁ କଟିଲା । ଏବେ ପୁଣି କେନ୍ଦ୍ର ସରକାର ୧୭ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠାଇବା ପାଇଁ ପ୍ରସ୍ତୁତ ନାହାନ୍ତି । ପୂର୍ବରୁ ୧୩ ଲକ୍ଷ ମେଟ୍ରିକ୍ ଟନ୍ ବଳକା ରହୁଥିଲା । ଉଷନା ଚାଉଳ ନେଉନାହାନ୍ତି । ବଳକା ଚାଉଳ ଉଠାଇବା ସହ କାଟି ଥିବା ୫ କେଜି ଚାଉଳ କେନ୍ଦ୍ର ସରକାର ଦିଅନ୍ତୁ ବୋଲି ଦାବି କରିଛି ବିଜେଡି ।