ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା, ଭାରତ ପହଂଚିଲା ୩୬ ରାଫେଲ ଯୁଦ୍ଧ ବିମାନ

248

କନକ ବ୍ୟୁରୋ : ଭାରତ ଓ ଚୀନ ସେନାଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ଭିତରେ ଭାରତୀୟ ସେନା ଆହୁରି ଶକ୍ତିଶାଳୀ ହେବାକୁ ଯାଉଛନ୍ତି । ବିଶ୍ୱର ସର୍ବଶ୍ରେଷ୍ଠ ଯୁଦ୍ଧବିମାନ କୁହାଯାଉଥିବା ରାଫେଲ ଯୁଦ୍ଧବିମାନର ଶେଷ ପର୍ଯ୍ୟାୟ ଭାରତରେ ପହଂଚି ସାରିଛି । ଏହି କ୍ରମରେ ଆଜି ଫ୍ରାନ୍ସ ଦ୍ୱାରା ନିର୍ମିତ ୩୬ ଟି ରାଫେଲ ବିମାନ ଭାରତରେ ଲ୍ୟାଣ୍ଡ କରିଛି । ଏହି କ୍ରମରେ ଫ୍ରାନ୍ସରୁ ଯେତିକି ରାଫେଲ ବିମାନ ଆସିବା କଥା ତାହା ସମ୍ପୂର୍ଣ୍ଣ ହୋଇଛି ।

ସୂଚନା ଥାଉକି ୨୦୧୬ ମସିହାରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ୫୯ ହଜାର କୋଟି ଟଙ୍କାର ଏକ ଡିଲ ହୋଇଥିଲା । ଏଥିରେ ଫ୍ରାନ୍ସ ଭାରତକୁ ୩୬ ଟି ରାଫେଲ ଯୁଦ୍ଧ ବିମାନ ଦେବାକୁ ଚୁକ୍ତି ହୋଇଥିଲା । ଏହି କ୍ରମରେ ଗତବର୍ଷ ଜୁଲାଇମାସରେ ପ୍ରଥମ ରାଫେଲ ଯୁଦ୍ଧ ବିମାନ ଭାରତରେ ପହଂଚିଥିଲା ।