ଆନ୍ଦୋଳନରେ ବନ କର୍ମଚାରୀ । ସହର ଭିତରେ ଜଙ୍ଗଲୀ ଜନ୍ତୁ । ଆନ୍ଦୋଳନରତ କର୍ମଚାରୀଙ୍କୁ ଆଲୋଚନା ପାଇଁ ଡାକିଲେ ମୁଖ୍ୟମନ୍ତ୍ରୀ

191

କନକ ବ୍ୟୁରୋ: ଶିକାରୀ ଗୁଳିରେ ବନ କର୍ମଚାରୀଙ୍କ ମୃତ୍ୟୁର ପ୍ରତିବାଦରେ ବନସେବା ସଂଘର ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି । ଏପଟେ ହୁଗୁଳା ପାଟ୍ରୋଲିଂର ଫାଇଦା ନେଇ ଶିକାରୀ ଅବାଧରେ ଜଙ୍ଗଲରେ ବୁଲାବୁଲି କରୁଛନ୍ତି । ଏପରିକି ଜଙ୍ଗଲୀଜନ୍ତୁ ମଧ୍ୟ ଜନବସତି ମୁହାଁ ହେଉଛନ୍ତି । ତେଣୁ ପ୍ରଶ୍ନ ଉଠୁଛି ଏବେ ଜଙ୍ଗଲ ଜଗିଛି କିଏ? ସେପଟେ କର୍ମଚାରୀଙ୍କ ଆନ୍ଦୋଳନ ନେଇ ପିସିସିଏଫ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ତା ସହ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଳାୟର ଏକ ଟିମ୍ ଆସି ଶିମିଳିପାଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

  • ଜଙ୍ଗଲ ଜଗିବାକୁ କେହି ନାହିଁ!
  • ଜନବସତି ମୁହାଁ ଜଙ୍ଗଲି ଜନ୍ତୁ

ଅଣଗେଜେଟେଡ୍ ବନସେବା ସଂଘର କର୍ମକର୍ତ୍ତା ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଥିଲା ବେଳେ ଆଲୋଚନା ପାଇଁ ଡାକିଥିଲେ ମୁଖ୍ୟମନ୍ତ୍ରୀ । ପିସିସିଏଫ ଦେବୀଦତ ବିଶ୍ୱାଳ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସାକ୍ଷାତ ଆଲୋଚନା ପରେ ପିସିସିଏଫ୍ କହିଛନ୍ତି, ସରକାର ବନକର୍ମଚାରୀଙ୍କ ଦାବି ପୂରଣ କରିବା ଉପରେ ବିଚାର କରୁଛନ୍ତି । ଅନ୍ୟପଟେ ପାଟ୍ରୋଲିଂରେ କୌଣସି ସମସ୍ୟା ହେଉନଥିବା କହିଛନ୍ତି ଚନ୍ଦକା ଡିଏଫଓ ।

ଶିମିଳିପାଳରେ ଦୁଇ ଦୁଇ ଜଣ ବନକର୍ମଚାରୀଙ୍କ ଶିକାରୀ ଗୁଳିରେ ମୃତ୍ୟୁ ହେବା ଘଟଣାକୁ ଗୁରୁତର ସହ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ । ଭାରତ ସରକାରଙ୍କ ଡିିଜି ଫରେଷ୍ଟ ଓଡିଶା ଆସିଛନ୍ତି । ଶିମିଳିପାଳ ଯାଇ ଘଟଣାର ସ୍ଥିତି ଅନୁଧ୍ୟାନ କରିବେ କେନ୍ଦ୍ରୀୟ ଟିମ୍ । ଏହାପରେ ଭାରତ ସରକାର କଣ ସହାୟତା କରିପାରିବେ ସ୍ଥିର ହେବ ବୋଲି ସୂଚନା ମିଳିଛି ।

  • ୨୧ ତାରିଖରେ ଭୁବନେଶ୍ୱରରୁ ଶିମିଳିପାଳ ଯାଇଛନ୍ତି କେନ୍ଦ୍ରୀୟ ଟିମ୍
  • ଆନନ୍ଦପୁର, କେନ୍ଦୁମୁଣ୍ଡି, ଉପରବରକାମୁଣ୍ଡାରେ ସ୍ଥିତି ଅନୁଧ୍ୟାନ କରିବେ
  • ଉପରବରକାମୁଣ୍ଡାରେ ରାତ୍ରୀଯାପନ କରିବେ
  • ୨୨ ତାରିଖରେ ଭୁବନେଶ୍ୱର ଆସି ଦିଲ୍ଲୀ ଫେରିଯିବେ

ଶିମିଳିପାଳରେ ଶିକାରୀ ଗୁଳିରେ ଦୁଇ ବନ କର୍ମଚାରୀଙ୍କ ମୃତ୍ୟୁ ଘଟଣାର ପ୍ରତିବାଦରେ ୫ ଦଫା ଦାବିରେ ଅଣଗେଜେଟେଡ୍ ବନସେବା ସଂଘର ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି । ବନ କର୍ମଚାରୀ ଆନ୍ଦୋଳନରେ ବସିଥିବା ବେଳେ ଜଙ୍ଗଲି ଜନ୍ତୁ ଜନବସତି ମୁହାଁ ହେଉଛନ୍ତି