ଆଦିପୁରୁଷ ଉପରେ କଟକଣା ଲଗାଯିବା ଆବେଦନ ଉପରେ ତୁରନ୍ତ ଶୁଣାଣୀ କରିବାକ ମନା କଲେ ଦିଲ୍ଲୀ ହାଇକୋର୍ଟ,ଜୁନ ୩୦ରେ ହେବ ଆଗାମୀ ଶୁଣାଣୀ

333

କନକ ବ୍ୟୁରୋ : ଶେଷରେ ବଦଳିଲା ବିବାଦିତ ସଂଳାପ । ଚର୍ଚ୍ଚିତ ସିନେମା ‘ଆଦିପୁରୁଷ’ ମୁକ୍ତିଲାଭ ପରେ ସଂଳାପକୁ ନେଇ ଦେଖାଦେଇଥିବା ବିବାଦ ପରେ ବିବାଦିତ ସଂଳାପଗୁଡ଼ିକୁ ବଦଳାଯାଇଛି । ବହୁ ବାଦ ବିବାଦ ପରେ ମୁକ୍ତିଲାଭ ହୋଇଥିଲା ସିନେମା ‘ଆଦିପୁରୁଷ’ । ରାମାୟଣରେ ଏପରି ବିଦ୍ରୂପ ସଂଳାପ ଦର୍ଶକଙ୍କ ଭାବନାକୁ କୁଠାରଘାତ କରିଥିଲା । ତେବେ ବଦଳାଇଯାଇଥିବା ସଂଳାପ ସବୁ ଦର୍ଶକଙ୍କ ମନକୁ କେତେ ଛୁଇଁବ ତାହାକୁ ଅପେକ୍ଷା । ଅନ୍ୟପଟେ ଏହାକୁ ନେଇ ହୋଇଥିବା ବିବାଦରେ ତୁରନ୍ତ ଶୁଣାଣି କରିବାକୁ ଦିଲ୍ଲୀ କୋର୍ଟ ମନା କରିଛନ୍ତି । ଏବଂ ଆସନ୍ତା ଜୁନ ୩୦ରେ ଏହାର ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଛନ୍ତି ଦିଲ୍ଲୀ କୋର୍ଟ ।