ଚର୍ଚ୍ଚାରେ ବିଡିଏ କର୍ମୀଙ୍କ କେଳେଙ୍କାରୀ: ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ବିଡିଏ ଫିଲ୍ଡ ଇନ୍ସପେକ୍ଟର

283

କନକ ବ୍ୟୁରୋ: ବନ୍ଧା ହେଲେ ବିଡ଼ିଏ ଫିଲ୍ଡ ଇନସପେକ୍ଟର । ଘରର ପ୍ଲାନ୍ କରାଇବା ଆଳରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଗତ ଫେବୃଆରୀ ୯ ତାରିଖରେ ଲକ୍ଷ୍ମୀସାଗର ଥାନାରେ ଏନେଇ ଜଣେ ମହିଳା ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଲକ୍ଷ୍ମୀସାଗର ଥାନା ପୋଲିସ ତଦନ୍ତ କରୁଥିଲା । ଫିଲ୍ଡ ଇନସପେକ୍ଟର ମନୋରଞ୍ଜନଙ୍କ ଘରେ ପୋଲିସ ବାରମ୍ବାର ଚଢଉ କରିଥିଲା । ଗିରଫ ଭୟରେ ମନୋରଞ୍ଜନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଗୁଆ ଜାମିନ ଆବେଦନ କରିଥିଲେ ।

ହାଇକୋର୍ଟରେ ଜାମିନ ଆବେଦନ ଅଗ୍ରାହ୍ୟ ହେବା ସହ ତଳ କୋର୍ଟ ତାଙ୍କୁ ୪ ସପ୍ତାହ ମଧ୍ୟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ସତ୍ୱେ ମନୋରଞ୍ଜନ କୋର୍ଟଙ୍କ ନିର୍ଦ୍ଦେଶକୁ ଏଡ଼ାଇ ଚାଲିଥିଲେ । ଫଳରେ ମନୋରଞ୍ଜନଙ୍କୁ ତୁରନ୍ତ ଗିରଫ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଲକ୍ଷ୍ମୀସାଗର ଥାନା ପୋଲିସ ମନୋରଞ୍ଜନଙ୍କୁ ବିଡ଼ିଏ କାର୍ଯ୍ୟାଳୟରୁ ଗିରଫ କରିଛି ।