ଉଦ୍ଧବଙ୍କ ଆବେଦନକୁ ଖାରଜ କଲେ ଅର୍ଥର ଜେଲ ମୁଖ୍ୟ, କହିଲେ ଜେଲ ଭିତରେ ସଞ୍ଜୟଙ୍କୁ ଭେଟିପାରିବେନି ଉଦ୍ଧବ

232

କନକ ବ୍ୟୁରୋ : ଅର୍ଥ ହେରଫେର ମାମଲାରେ ଏବେ ଜେଲରେ ରହିଛନ୍ତି ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଂଜୟ ରାୱତ । ଏହି କ୍ରମରେ ସଂଜୟଙ୍କୁ ଜେଲରେ ଭେଟିବାକୁ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଅର୍ଥର ଜେଲ କର୍ତ୍ତୁପକ୍ଷଙ୍କ ନିକଟରେ ଏକ ଆବେଦନ କରିଥିଲେ । ହେଲେ ଉଦ୍ଧବଙ୍କର ଏହି ଆବେଦନକୁ ଖାରଜ କରିଦେଇଛନ୍ତି ଅର୍ଥର ଜେଲ ମୁଖ୍ୟ ।

ଏନେଇ ଅର୍ଥର ଜେଲ କର୍ତ୍ତୁପକ୍ଷ କହିଛନ୍ତି କି ଯଦି ଉଦ୍ଧବ ଠାକରେ ସଂଜୟ ରାୱତଙ୍କୁ ଜେଲରେ ଭେଟିବାକୁ ଚାହାଁନ୍ତି ତେବେ ତାଙ୍କୁ କୋର୍ଟରୁ ଅନୁମତି ଆଣିବାକୁ ପଡିବ । ଏହାସହ ଜେଲରଙ୍କ ରୁମରେ ସଂଜୟଙ୍କ ସହ ବୈଠକ କରିବା କଦାପି ସମ୍ଭବ ନୁହେଁ ବୋଲି ଜେଲ କର୍ତ୍ତୁପକ୍ଷ ସ୍ପଷ୍ଟ କରିଦେଇଛନ୍ତି । ଯଦି କୋର୍ଟ ଅନୁମତି ଦିଅନ୍ତି ତେବେ ସାଧାରଣ କଏଦୀଙ୍କ ଭଳି ସଂଜୟ ରାୱତ କେବଳ ଜାଲି ଫାଙ୍କରେ ଉଦ୍ଧବ ଠାକରେଙ୍କ ସହ କଥା ହୋଇପାରିବେ ।

ସେପଟେ ଜେଲ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସଂଜୟଙ୍କୁ ଭେଟିବାକୁ ଉଦ୍ଧବ ଠାକରେ କୌଣସି ଲିଖିତ ଆବେଦନ କରି ନାହାଁନ୍ତି । କେବଳ କେହି ଜଣେ ଉଦ୍ଧବ ଠାକରେଙ୍କ ତରଫରୁ ଫୋନ କରି କହିଥିଲେ କି ଉଦ୍ଧବ ଠାକରେ ସଂଜୟ ରାୱତଙ୍କୁ ଏସପି କାର୍ଯ୍ୟାଳୟରେ ଭେଟିବାକୁ ଚାହୁଁଛନ୍ତି ।