ଭାରତୀୟ ଖେଳାଳିଙ୍କୁ ଖରାପ ଖାଦ୍ୟ ଦିଆଯାଉଥିବା ଅଭିଯୋଗ : ଗରମ ନଥିବା ସ୍ୟାଣ୍ଡୱିଚ୍ ଦିଆଯିବାରୁ ଅସନ୍ତୋଷ ବ୍ୟକ୍ତ କଲେ ଖେଳାଳି

378

କନକ ବ୍ୟୁରୋ : ସିଡନୀରେ ଭାରତୀୟ ଖେଳାଳିଙ୍କୁ ଦିଆଯାଉଛି ଖରାପ ଖାଦ୍ୟ । ଏନେଇ ଖେଳାଳିମାନେ ଅଭିଯୋଗ କରିଛନ୍ତି । ଖେଳାଳିଙ୍କୁ କେବଳ ସ୍ୟାଣ୍ଡୱିଚ୍ ଖାଇବାକୁ ଦିଆଯାଇଥିଲା । ତାହା ପୁଣି ଥଣ୍ଡା ଥିଲା ଓ ଖାଇବା ଯୋଗ୍ୟ ନଥିଲା ବୋଲି ଖେଳାଳିମାନେ ଅଭିଯୋଗ କରିଛନ୍ତି ।

ଏହା ସହ ଆଜି ଅଭ୍ୟାସ କରିବେ ନାହିଁ ବୋଲି ମନା କରିଛନ୍ତି । କାରଣ ଖେଳାଳିମାନେ ରହୁଥିବା ହୋଟେଲଠାରୁ ୪୨ କିଲୋମିଟର ଦୂର ବ୍ଲାକ ଟାଉନରେ ଅଭ୍ୟାସ କରିବା ପାଇଁ କୁହାଯାଇଛି । ଏତେ ଦୂର ଯାଇ ଅଭ୍ୟାସେ କରିବେ ନାହିଁ ବୋଲି ଆଇସିସିକୁ ଜଣାଇଛନ୍ତି । ଆସନ୍ତାକାଲି ଭାରତ ସିଡନୀ ନେଦରଲାଣ୍ଡକୁ ଭେଟିବ । ଏହାପୂର୍ବରୁ ଆଜି ନେଟ୍ ପ୍ରାକ୍ଟିସ୍ କରିଥାନ୍ତେ ଭାରତୀୟ ଖେଳାଳି । ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ଜବରଦସ୍ତ ଆରମ୍ଭ କରିଛି । ୨୩ ତାରିଖରେ ଖେଳାଯାଇଥିବା ମ୍ୟାଚରେ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪ ୱିକେଟରେ ହରାଇଛି ଭାରତ ।