କନକ ବ୍ୟୁରୋ : ୟୁକ୍ରେନରେ ସ୍ଥିତି ବିଗୁଡୁଥିବାରୁ ଭାରତୀୟ ଦୂତାବାସ ଭାରତୀୟ ନାଗରିକଙ୍କୁ ୟୁକ୍ରେନ୍ ଛାଡ଼ିବାକୁ ବାରମ୍ବାର ପରାମର୍ଶ ଦେଇଆସୁଛନ୍ତି । ହେଲେ ମଙ୍ଗଳବାର ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏକ ନୂଆ ଆଡଭାଇଜରି ଜାରି କରାଯାଇଛି । ଯେଉଁଥିରେ ୟୁକ୍ରେନରେ ଥିବା ଭାରତୀୟ ନାଗରିକଙ୍କୁ ତୁରନ୍ତ ଦେଶ ଚାଡ଼ିବାକୁ କୁହାଯାଉଛି । ଅକ୍ଟୋବର ୧୯ ତାରିଖରେ ଜାରି ହୋଇଥିବା ଆଇଭାଇଜରି ପରେ କିଛି ଭାରତୀୟ ୟୁକ୍ରେନ୍ ଛାଡ଼ି ସାରିଛନ୍ତି । ଦୂତାବାସ ପକ୍ଷରୁ କିଛି ନମ୍ବର ଶେୟାର କରାଯାଇଛି, ଯେଉଁଥିରେ ଭାରତୀୟ ନାଗରିକମାନେ ସୀମା ଅତିକ୍ରମ କରିବା ପାଇଁ ଯେକୌଣସି ସହାୟତା ପାଇଁ ଯୋଗାଯୋଗ କରିପାରିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ସେହିପରି ୧୯ ତାରିଖରେ ଜାରି ହୋଇଥିବା ଆଡଭାଇଜରିରେ ବିପର୍ଯ୍ୟନ୍ତ ସୁରକ୍ଷା ସ୍ଥିତିକୁ ଦୃଷ୍ଟିରେ ଖି ଭାରତୀୟଙ୍କୁ ୟୁକ୍ରେନ୍ ଛାଡ଼ିବା କିମ୍ବା ଦେଶ ଭିତରେ ବୁଲିବାକୁ ବାରଣ କରାଯାଇଛି । ୟୁକ୍ରେନ୍ ନିଜ ଅଂଚଳରେ ‘ଡାର୍ଟି ବମ୍’ର ବ୍ୟବହାର କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି । କାରଣ ରୁଷ୍ ବାରମ୍ବାର ୟୁକ୍ରେନ ଉପରେ ମିଜାଇଲ ମାଡ଼ କରିବାକୁ ଧମକ ଦେଇ ଆସୁଛି । ନିକଟରେ ରୁଷ୍, ୟୁକ୍ରେନର ବିଭିନ୍ନ ସହରରେ ବୋମା ମାଡ଼ କରିଥିଲା । ଏହାସହ ୟୁକ୍ରେନର ୪ଟି ଅଞ୍ଚଳକୁ ରୁଷ୍ କବଜା କରିଥିଲା । ତେଣୁ ଏସବୁକୁ ଦୃଷ୍ଟିରେ ରଖି ଭାରତୀୟ ଦୂତାବାସ ଭାରତୀୟଙ୍କୁ ତୁରନ୍ତ ୟୁକ୍ରେନ ଛାଡ଼ିବାକୁ ପରାମର୍ଶ ଦେଇଛି ।