ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବୈଠକ । ଟ୍ରାକିଂ-ଟ୍ରିଟିଂ-କଣ୍ଟାକ୍ଟ ଟ୍ରେସିଂ ଓ ଟିକାକରଣ ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ ।

96

କନକ ବ୍ୟୁରୋ: କରୋନାକୁ ନେଇ କେନ୍ଦ୍ର ସରକାର ସତର୍କ କରାଇଛନ୍ତି । ଏହାପରେ ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଏକ ବୈଠକ ବସିବାକୁ ଯାଉଛି । ଚୀନର ଚିନ୍ତା ବଢାଇଥିବା ଓମିକ୍ରନ ବିଏଫ.୭ ଭାରିଆଣ୍ଟ ଓଡିଶାରେ ଚିହ୍ନଟ ହୋଇଛି । ଗତ ସେପ୍ଟେମ୍ବର ମାସରେ ଖୋର୍ଦ୍ଧା ଜିଲ୍ଲାର ଜଣେ ମହିଳାଙ୍କ ନିକଟରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଥିଲା । ତେଣୁ ଆଜିର ବୈଠକରେ ସଂକ୍ରମଣ ରୋକିବା ଦିଗରେ ପଦକ୍ଷେପ ନିଆଯାଇପାରେ । ଆଗକୁ ନୂଆବର୍ଷ ରହିଛି, ଲୋକଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିବ । ଏପରି ସ୍ଥିତିରେ କରୋନା କଟକଣା ନେଇ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି । ତେବେ ଜନଗହଳିପୂର୍ଣ୍ଣ ସ୍ଥାନକୁ ମାସ୍କ ପିନ୍ଧିଯିବାକୁ ନିବେଦନ କରାଯାଇଛି । ସେହିପରି ଟ୍ରାକିଂ-ଟ୍ରିଟିଂ-କଂଟାକ୍ଟ ଟ୍ରେସିଂ ଓ ଟିକାକରଣ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି ।