ଗୋବିନ୍ଦ ସାହୁ ମୃତ୍ୟୁ ମାମଲା । କଣ୍ଟାବାଞ୍ଝି ଜେଲରେ କ୍ରାଇମବ୍ରାଞ୍ଚ ଟିମର ତନାଘନା । ଗୋବିନ୍ଦର ହାତଲେଖା କାଗଜପତ୍ର ଜବତ ହୋଇଥିବା ସୂଚନା ।

135

କନକ ବ୍ୟୁରୋ: ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ କରୁଛି । କଣ୍ଟାବାଞ୍ଝି ଜେଲରେ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ କରି ୧୬ଟି ସିସିଟିଭି ଫୁଟେଜ ଜବତ କରିଛି । ତେବେ ଗୋବିନ୍ଦ ରହୁଥିବା ୱାର୍ଡ ନମ୍ବର ୧ ରୁ ଏକାଧିକ କାଗଜପତ୍ର ଜବତ କରାଯାଇଛି । ଏଥିମଧ୍ୟରୁ କିଛି ହାତଲେଖା କାଗଜପତ୍ର ରହିଛି । ହେଲେ କ୍ରାଇମବ୍ରାଞ୍ଚ ଏ ନେଇ ନିରବ ରହିଥିବା ସୂଚନା ରହିଛି । ଏହି ଘଟଣାରେ ଜେଲରେ ଥିବା କିଛି କଏଦୀଙ୍କୁ ମଧ୍ୟ ସାକ୍ଷୀ ଭାବେ ଦର୍ଶାଇଛି କ୍ରାଇମବ୍ରାଞ୍ଚ ଟିମ୍ । ଏମାନଙ୍କୁ ତଦନ୍ତକାରୀ ଟିମ୍ ପଚରାଉଚରା କରିଥିବା ସୂଚନା ରହିଛି ।

ଅନ୍ୟପଟେ ଗତକାଲି ପାଳନ ହୋଇଛି ମମିତା ମେହେରଙ୍କ ଜନ୍ମଦିନ । ସେ ୧୯୯୫ ମସିହା ଡିସେମ୍ବର ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଯଦିଓ ସେ ଆଉ ନାହାନ୍ତି ହେଲେ ତାଙ୍କ ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁର ମୃତ୍ୟୁ ହୋଇଥିବାରୁ ଗାଁ ଓ ପରିବାର ଲୋକେ ଖୁସିପ୍ରକଟ କରିଛନ୍ତି । ତେଣୁ ଜନ୍ମଦିନ ପାଳନ କରିଛନ୍ତି । ମମିତା ଯେଉଁଭଳି ଭାବେ ଛଟପଟ ହୋଇ ଆଖି ବୁଜିଥିଲା ସେହିଭଳି ଭାବେ ଗୋବିନ୍ଦ ମୃତ୍ୟୁ ବରଣ କରିଛି । କୋର୍ଟରୁ ନ୍ୟାୟ ମିଳିବା ପୂର୍ବରୁ ଭଗବାନ ନ୍ୟାୟ ଦେଇଛନ୍ତି ବୋଲି ପରିବାର ଲୋକେ କହିଛନ୍ତି । ଏହି ଜନ୍ମଦିନ ପାଳନ ବେଳେ ଗାଁ ଲୋକେ ମଧ୍ୟ ସାମିଲ ହୋଇଥିଲେ । ଭଜନ କୀର୍ତନ ସହିତ ଗାଁରେ ମିଠା ବଣ୍ଟା ହୋଇଥିବାବେଳେ ଛୋଟ ଛୁଆଙ୍କୁ ଖାତା ଓ କଲମ ବାଣ୍ଟିଥିଲେ ପରିବାର ଲୋକେ ।