ଭାରତରୁ ଚୀନ ଭୂତାଣୁ ଆକ୍ରାନ୍ତ ଚିହ୍ନଟ ପରେ ବଢ଼ିଲା ଭୟ । ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଜିନୋମ ସ୍ୱିକେନ୍ସ ଓ ଟେଷ୍ଟିଂ ବଢାଇବାକୁ ଗୁରୁତ୍ୱ

104

କନକ ବ୍ୟୁରୋ: ଚୀନରେ କରୋନା ସଂକ୍ରମଣ ବଢିବା ପରେ ଭାରତ ସତର୍କ ହୋଇଯାଇଛି । ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ପ୍ରାୟ ଦୁଇଘଣ୍ଟା ଧରି ବୈଠକ ଚାଲିଥିଲା ଓ ଏଥିରେ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ଗୃହମନ୍ତ୍ରୀ ଅମିତ ଶାହ, ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଓ ସ୍ୱାସ୍ଥ୍ୟସଚିବ ବି ଉପସ୍ଥିତ ଥିଲେ । ବୈଠକରେ ମାସ୍କ ପିନ୍ଧିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କୋଭିଡ ନିୟମ ପାଳନ କରିବାକୁ ସେ କହିଛନ୍ତି । ଜିନୋମ ସ୍ୱିକେନ୍ସ ଓ ଟେଷ୍ଟିଂ ବଢାଇବା ସହ ବିମାନବନ୍ଦରରେ ସର୍ଭେଲାନ୍ସ ବଢାଇବାକୁ ସେ କହିଛନ୍ତି । ବୃଦ୍ଧ ଓ ଗୁରୁତର ସ୍ୱାସ୍ଥ୍ୟସମସ୍ୟା ଥିବା ଲୋକଙ୍କୁ ବୁଷ୍ଟର ଡୋଜ ନେବାକୁ ପରାମର୍ଶ ଦେଇଛନ୍ତି । ଅକ୍ସିଜେନ ସିଲିଣ୍ଡର, ହସପିଟାଲ ଭିତ୍ତିଭୂମି ପ୍ରସ୍ତୁତ ରଖିବାକୁ ବି ପ୍ରଧାନମନ୍ତ୍ରୀ ରାଜ୍ୟଗୁଡିକୁ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ପର୍ବପର୍ବାଣୀରେ କୋଭିଡ ନିୟମ ପାଳନ କରାଯାଉ । ତେଣୁ ନୂଆବର୍ଷ ସମୟରେ କୋଭିଡ କଟକଣା ଲାଗୁ ହେବାର ଆଶଙ୍କା କରାଯାଉଛି ।