ଅଣସରରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତନୀତି । ଆଜିଠୁ ଆରମ୍ଭ ହେବ ଠାକୁରଙ୍କ ଓଷ ଲାଗି, ସୁସ୍ଥ ହେବେ ଶ୍ରୀବିଗ୍ରହ

232

କନକ ବ୍ୟୁରୋ: ଚାଲିଛି ବିଶ୍ୱ ନିଅନ୍ତାଙ୍କ ଅଣସର ସେବା । ଶ୍ରୀଅଙ୍ଗ ସେବକ ଭାବେ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ମନପ୍ରାଣ ଦେଇ ଲାଗିପଡ଼ିଛନ୍ତି ଦଇତପତି ସେବକ । ଗତକାଲି ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲାଗି କରାଯାଇଥିଲା । ଆଜି ହେଉଛି ଅଣସରର ଷଷ୍ଠୀ ତିଥି । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିହେବ ବିଭିନ୍ନ ଔଷଧୀୟ ସାମଗ୍ରୀ ।

ସୁଦ୍ଧସୁଆର ସେବକ ମାନେ ଝୁଣାକୁ ବାଟି ସେଥିରେ ତେଲ, କର୍ପୁର ଆଦି ମିଶ୍ରଣ କରି ଓଷ ପ୍ରସ୍ତୁତ କରନ୍ତି । ଏହାକୁ ଦଇତାପତି ସେବକ ମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲେପନ କରନ୍ତି । ଯାହାଦ୍ୱାର ମହାପ୍ରଭୁ ସୁସ୍ଥ ଅନୁଭବ କରନ୍ତି ବୋଲି ବିଶ୍ୱାସ ରହିଛି ।