କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ : ପଶ୍ଚିମବଙ୍ଗରୁ ବାଲେଶ୍ୱର ଆସୁଥିଲା ଟ୍ରେନ୍

619

କନକ ବ୍ୟୁରୋ : କୋଇଲା ବୋଝେଇ ମାଲବାହୀ ଟ୍ରେନରେ ଲାଗିଲା ନିଆଁ । ପଶ୍ଚିମବଙ୍ଗରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ୍ ଦୁଇଦିନ ଧରି ବାଲେଶ୍ୱର ରୁପ୍ସା ଷ୍ଟେସନରେ ଛିଡା ହୋଇଥିଲା । ଆଜି ସକାଳେ ଏହି ଟ୍ରେନରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ନିଆଁ ଲାଗିଥିବା ଅନୁମାନ କରି ଷ୍ଟେସନ କର୍ମଚାରୀ ଦମକଳ ସାହାଯ୍ୟରେ ପାଣି ପକାଇଥିଲେ । ଧୂଆଁ ବନ୍ଦ ହେବାରୁ ଗାଡ଼ିଟି ଷ୍ଟେସନରୁ ଚାଲିଯାଇଛି । ବାହାନଗା ଦୁର୍ଘଟଣା ମନରୁ ନଲିଭୁଣୁ ଏଭଳି ଘଟଣା ସାଧାରଣ ଲୋକଙ୍କୁ ଭୟଭୀତ କରିଛି ।