ଶରଦ ପାୱାର ଅଧ୍ୟକ୍ଷ ପଦ ଛାଡିବା ପରେ ମହାରାଷ୍ଟ୍ର ରାଜନୀତି ସରଗରମ। ପଦ ଛାଡିବାକୁ ଗ୍ରହଣ କରିପାରୁ ନାହାଁନ୍ତି ଜୟନ୍ତ ପାଟିଲ, ଅଜିତ୍ ପାୱାର କହିଲେ ଏଭଳି କଥା

360

କନକ ବ୍ୟୁରୋ : ଏନସିପି ନେତା ଶରଦ ପାୱାର ଦଳର ଅଧ୍ୟକ୍ଷ ପଦ ଛାଡିବା ନେଇ ଘୋଷଣା କରିଛନ୍ତି । ଶରଦ ପାୱାରଙ୍କ ଇସ୍ତଫା ଘୋଷଣା ପରେ ଭାବୁକ ହୋଇପଡିଛନ୍ତି ଜୟନ୍ତ ପାଟିଲ । ସେ କହିଛନ୍ତି, ଶରଦ ପାୱାର ଏଭଳି ଭାବେ ଇସ୍ତଫା ଦେବା କଥା ନୁହେଁ । ପାୱାରଙ୍କ ନିଷ୍ପତ୍ତି ଜୟନ୍ତ ପାଟିଲଙ୍କର ପସନ୍ଦ ନୁହେଁ ବୋଲି ସେ କହିଛନ୍ତି । ପାୱାରଙ୍କ ବିନା ଜନତାଙ୍କ ପାଖକୁ କିଭଳି ଯିବେ ବୋଲି ଜୟନ୍ତ ପାଟିଲ କହିଛନ୍ତି । ଏହାସହ ଦଳୀୟ କାର୍ଯ୍ୟରେ ପାୱାର ଯୋଡି ହୋଇ ରୁହନ୍ତୁ ବୋଲି ଜୟନ୍ତ ପାଟିଲ ଅନୁରୋଧ କରିଛନ୍ତି ।

ସେପଟେ ଶରଦ ପାୱାରଙ୍କ ଇସ୍ତଫା ପରେ ମହାରାଷ୍ଟ୍ର ବିଧାନସଭାର ବିରୋଧୀଦଳ ନେତା ତଥା ଶରଦ ପାୱାରଙ୍କ ଭଣଜା ଅଜିତ ପାୱାର କହିଛନ୍ତି , ଶରଦ ପାୱାର ଦଳର ଅଧ୍ୟକ୍ଷ ପଦରେ ରହିବାର ଆବଶ୍ୟକତା ରହିଛି । ଏହାସହ ଶରଦ ପାୱାର ଦଳୀୟ କମିଟିର ନିଷ୍ପତ୍ତିକୁ ଗ୍ରହଣ କରିବା ଦରକାର ବୋଲି ସେ କହିଛନ୍ତି । ଏହାକୁ ନେଇ ପ୍ରଥମେ କମିଟି ମଧ୍ୟରେ ଚର୍ଚ୍ଚା ହେବ ଓ କମିଟି ଯାହା ନିଷ୍ପତ୍ତି ନେବ ତାହା ଶରଦ ପାୱାର ଗ୍ରହଣ କରନ୍ତୁ ବୋଲି ଅଜିତ ପାୱାର କହିଛନ୍ତି । ଅନ୍ୟପଟେ ଛଗନ ଭୁଜବଳ କହିଛନ୍ତି କି ଶରଦ ପାୱାର ଏନସିପିର ଅଧ୍ୟକ୍ଷ ପଦରେ ରହିବା ଦରକାର ।

ସୂଚନା ଥାଉକି ୧୯୯୯ ମସିହାରେ ଏନସିପି ଗଠନ ହୋଇଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ଅର୍ଥାତ ୨୪ ବର୍ଷ ଧରି ଶରଦ ପାୱାର ଏନସିପିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ । ହେଲେ ଆଜି ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ନେଇ ଘୋଷଣା କରିବା ପରେ ଶରଦ ପାୱାର କହିଛନ୍ତି କି, ଆଗାମୀ ଦିନରେ ସେ ମହାରାଷ୍ଟ୍ର ସମେତ ଦେଶର ବିଭିନ୍ନ ପ୍ରସଙ୍ଗ ଉପରେ ସେ ଧ୍ୟାନ କେନ୍ଦ୍ରିତ କରିବେ ।