ଚୋର ଘଉଡାଇବା ବେଳେ ଅଘଟଣ : ଚଢିଗଲା ଟ୍ରଲର, ୩ଜଣଙ୍କ ମୃତ୍ୟୁ

475

କନକ ବ୍ୟୁରୋ : ସୁନ୍ଦରଗଡ ଜିଲ୍ଲା ବିଲେମୁଣ୍ଡା ଛତାବରରେ ଅଘଟଣ । ଚୋରକୁ ଘଉଡାଇବା ବେଳେ ମାଡିଗଲା ଟ୍ରଲର । ଏହି ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଛି । ସୂଚନାନୁସାରେ, ଦୁର୍ଘଟଣାଗ୍ରସ୍ତ ଗାଡିର ଚକା ଚୋରି ପାଇଁ ଚୋର ଆସିଥିଲେ । ଚୋରକୁ ଘଉଡାଇବା ବେଳେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ରାସ୍ତା ଉପରେ ୩ଜଣଙ୍କ ଉପରେ ଟ୍ରଲର ଚଢିଗଲା । ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୨ ଜଣ ଆର୍କେଡିଂ ସଂସ୍ଥାର କର୍ମଚାରୀ ହୋଇଥିବା ଜଣାପଡିଛି ।