ଦକ୍ଷିଣଭାରତ ସିନେ ଅଭିନେତା ଥାଲାପତି ବିଜୟଙ୍କୁ ଚପଲ ମାଡ଼: କ୍ୟାମେରାରେ ଚପଲ ଫିଙ୍ଗା ଦୃଶ୍ୟ କଏଦ

819

କନକ ବ୍ୟୁରୋ: ଦକ୍ଷିଣଭାରତ ସିନେ ଜଗତର ଲୋକପ୍ରିୟ ଅଭିନେତା ଥାଲାପତି ବିଜୟଙ୍କ ଉପରେ ଚପଲ ମାଡ । ସୋସିଆଲ ମିିଡିଆରେ ଏକ ଭିଡିଓ ଭାଇାରାଲ ହେଉଛି ଯେଉଁଥିରେ ବିଜୟଙ୍କ ଉପରକୁ ଜଣେ ଅଜ୍ଞାତ ବ୍ୟକ୍ତି ଚପଲ ଫୋପାଡୁଥିବା ଘଟଣା ମୋବାଇଲ କ୍ୟାମେରାରେ କଏଦ ହୋଇଛି ।ତେବେ ବିଜୟଙ୍କ ଉପରେ ସିଧାସଳଖ ଚପଲ ନପଡି ନିକଟରେ ପଡିଥିଲା ।ପରେ ସୁରକ୍ଷାକର୍ମୀ ଏହାକୁ ଫିଙ୍ଗିଦେଇଥିଲେ । ତେବେ ବିଜୟଙ୍କ ଉପରେ କାହିଁକି ଚପଲ ମାଡ ହୋଇଛି । କଏ କରିଛି ଏନେଇ କୌଣସ ସୁୁନା ମିଳିନି । ତାମିଲଷ୍ଟାର ବିଜୟକାନ୍ତଙ୍କ ଅନ୍ତିମ ଦର୍ଶନ ପାଇଁ ପହଁଚିଥିଲେ ଥାଲାପତି ବିଜୟ ।