ମ୍ୟାଚ ହାରିବା ପରେ ଟିମ ଇଣ୍ଡିଆକୁ ଡବଲ ଝଟକା: ଧିମା ବୋଲିଂ ପାଇଁ ୧୦% କଟିଲା ମ୍ୟାଚ ଫି’

190

କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଟିମ୍ ଇଣ୍ଡିଆକୁ ଡବଲ ଝଟକା । ପ୍ରଥମ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ଟିମ୍ ଇଣ୍ଡିଆ ଉପରେ ଜରିମାନା ଲଗାଇଛି ଆଇସିସି । ୧୦ ପ୍ରତିଶତ ମ୍ୟାଚ ଫି କଟାଯିବା ସହିତ ବିଶ୍ୱ ଟେଷ୍ଟ ଚମ୍ପିଆନସିପରୁ ମଧ୍ୟ ୨ପଏଂଟ କଟାଯାଇଛି । ନିର୍ଧାରିତ ସମୟ ମଧ୍ୟରେ ଧୀମା ବୋଲିଂ ଯୋଗୁ ଟିମ୍ ଭାରତୀୟ କ୍ରିକେଟ ଟିମ୍ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆର୍ନ୍ତଜାତୀୟ କ୍ରିକେଟ ବୋର୍ଡ । ଦୁଇ ଦଳ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ବୋଲର ମାନେ ଦୁଇ ଓଭର କମ ବୋଲିଂ କରିଥିବା ଅଭିଯୋଗ ହୋଇଛି । ଆଇସିସି ନିୟମ ମୁତାବକ ନିର୍ଧାରିତ ସମୟ ମଧ୍ୟରେ ଯଦି ଗୋଟିଏ ଦଳ କମ ଓଭର ବୋଲିଂ କରେ ତେବେ ଏହାକୁ ସ୍ଲୋ ଓଭର ଅପରାଧ ଭାବେ ଧରାଯିବା ସହିତ ଓଭର ପିଛା ଖେଳାଳିଙ୍କ ମ୍ୟାଚ ଫି କଟାଯାଇଥାଏ ।