ସମ୍ବାଦ ଭବନ ଏବଂ ଆମ ଓଡିଶା କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ

89

କନକ ବ୍ୟୁରୋ : ସମ୍ବାଦ ଭବନ ଏବଂ ଆମ ଓଡିଶା କାର୍ଯ୍ୟାଳୟରେ ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଆମ ଓଡିଶାର ଅଧ୍ୟକ୍ଷ ଓ ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ପତାକା ଉତ୍ତୋଳନ କରିଥିଲେ । ସାଧାରଣ ଲୋକଙ୍କ ପାଇଁ ଆମ ଓଡିଶା ଅନୁଷ୍ଠାନ କାମ କରୁଛି । ଆମ ଓଡିଶା ରକ୍ତଦାନ କାର୍ଯ୍ୟକ୍ରମ ଆରମ୍ଭ କରିବା ପରେ ଅନେକ ଅନୁଷ୍ଠାନ ଏହାକୁ ଆପଣାଇଥିବା ସେ କହିଛନ୍ତି ।

ଏହି ଅବସରରେ ‘ସମ୍ବାଦ’ ଗ୍ରୁପର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, ମୁଖ୍ୟ ମହାପ୍ରବନ୍ଧକ  ଅରବିନ୍ଦ ଦାସ, ମହାପ୍ରବନ୍ଧକ ବୈଜୟନ୍ତୀ କର, ଆମ ଓଡ଼ିଶା ସଂପାଦକ ସ୍ବରାଜ ମିଶ୍ର ଓ ‘ପୌରୁଷ’ର ସଂପାଦକ ଅସିତ ମହାନ୍ତିଙ୍କ ସମେତ ‘ସମ୍ବାଦ’ ଗ୍ରୁପର କେତେକ ପଦାଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ ।