ମାଲକାନଗିରିରେ ୩ ମାଓବାଦୀଙ୍କ ଆତ୍ମସମର୍ପଣ : ୫ବନ୍ଧୁକ, ଅଫୁଟା ଗୁଳି ଓ ଜିଲୋଟିନ୍ ଷ୍ଟିକ୍ ଜବତ

86

କନକ ବ୍ୟୁରୋ : ୩ ମାଓବାଦୀ କଲେ ଆତ୍ମସମର୍ପଣ । ଓଡିଶା ଛତିଶଗଡ ସୀମା ଦଲଦଲି ଅଞ୍ଚଳର ଜଣେ ମହିଳାଙ୍କ ସମେତ ୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଗୁଇନ୍ଦା ନିର୍ଦ୍ଦେଶକ, ଏଡିଜି ଅପରେସନ, ଏଡିଜି ଏସଆଇଡବ୍ଲୁଙ୍କ ଉପସ୍ଥିତିରେ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏହି ତିନି ଜଣ କାଂଗେଇ ଘାଟି ଏରିଆ କମିଟିର ସଦସ୍ୟ ଥିଲେ ବୋଲି ଜଣାପଡିଛି । ଏଥି ସହ ତୁଳସୀ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି । ଡିଭିଏଫ ଓ ଏସଓଜି ଯବାନ କମ୍ବିଂ ଅପେରସନ କରୁଥିବା ବେଳେ ୫ ବନ୍ଧୁକ, ଜୀବନ୍ତ ଗୁଳି, ଡିଟୋନେର, ଜିଲୋଟିନ୍ ଷ୍ଟିକ ସହ ୬ଟି ବିଜିଏଲ, ୧୪ଟି ଲ୍ୟାଣ୍ଡମାଇନ୍ ଜବତ ହୋଇଛି ।