ଟ୍ରାକ୍ କରି ୟୁକ୍ରେନ୍ର ମିସାଇଲ ମାଡ଼, ଶତାଧିକ ଋଷ ଯବାନଙ୍କ ମୃତ୍ୟୁ !

128

କନକ ବ୍ୟୁରୋ : ଋଷ-ୟୁକ୍ରେନ୍ ଯୁଦ୍ଧ ପୁଣି ଥରେ ଭୟଙ୍କର ରୂପ ଧାରଣ କରିଛି । ଯୁଦ୍ଧ ପ୍ରଥମରୁ ଋଷ ସେନା ଯେପରି ଭାବେ ୟୁକ୍ରେନ ଉପରେ ଭାରି ପଡୁଥିଲା ଏବେ ତାର ବିପରିତ ସ୍ଥିତି ଦେଖିବାକୁ ମିଳିଛି । ଋଷ ସେନାକୁ ଟାର୍ଗେଟ କରି ମିଶାଇଲ ମାଡ ଜୋରଦାର କରିଛି ୟୁକ୍ରେନ୍ । ଆକ୍ରମଣରେ ୮୯ ଋଷ ଯବାନଙ୍କର ମୃତ୍ୟ ହୋଇଥିବା କୁହାଯାଉଛି । ଋଷ ଯବାନମାନେ ଧରୁଥିବା ମୋବାଇଲର ଲୋକେସନରୁ ସେମାନଙ୍କ ଗତିବିଧ ଲକ୍ଷ୍ୟ କରି ୟୁକ୍ରେନ ମିଶାଇଲ ମାଡ କରିଥିବା ଅଭିଯୋଗ ଆଣିଛି ଋଷ । ବାରଣ ସତ୍ୱେ ବେଆଇନ୍ ଭାବେ ମୋବାଇଲ ବ୍ୟବହାର କରୁଥିବାରୁ ସେନା କ୍ୟାମ୍ପକୁ ଟାର୍ଗେଟ କରି ୟୁକ୍ରେନ ଆକ୍ରମଣ କରିଥିବା କହିଛି ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ।

ୟୁକ୍ରେନର ପ୍ରମୁଖ ସହରରେ ଆକ୍ରମଣ ପରେ ସେଠାରେ ଭାଙ୍ଗିପଡିଥିବା ଟ୍ୟାଙ୍କ, ମିଲିଟାରୀ ବେସରେ ରହି ଭିଡିଓ ଉତୋଳନ କରିବା ସହ ଏହାକୁ ଟିକଟକ ଭଳି ସୋଶିଆଲ ମିଡିଆରେ ପୋଷ୍ଟ କରିଥିଲେ ଋଷର ଯବାନମାନେ । ଆଉ ଏହି ସୋଶିଆଲ ମିଡିଆରୁ ଋଷ ଯବାନଙ୍କ ବ୍ୟକ୍ତିଗତ ତଥ୍ୟ ହାସଲ କରିବା ସହ ସେମାନଙ୍କ ଲୋକସେନ୍ ଟ୍ରାକ୍ କରି ମିଶାଇଲ ମାଡ କରୁଛି ୟୁକ୍ରେନ । ପୂର୍ବ ୟୁକ୍ରେନର ଡୋନେସ୍କ ପ୍ରଦେଶର ରାଜଧାନୀ ମାକିଭିକାରେ ଥିବା ଏକ ଧନ୍ଦାମୁଳକ କଲେଜକୁ ଅସ୍ଥାୟୀ ବେସ ବନାଇ ରହୁଥିଲେ ଋଷ ଯବାନ । ଯାହା ମିଶାଇଲ ମାଡରେ ଛାରଖାର ହୋଇଯାଇଛି । ଏଥିରେ ୪୦୦ ଋଷ ଯବାନଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ୟୁକ୍ରେନ୍ ।

ମାକିଭିକାରେ ପ୍ରାଣ ହରାଇଥିବା ଯବାନଙ୍କ ପାଇଁ ଗୁରୁବାର ଋଷରେ ଏକ ଶ୍ରଦ୍ଧାଞ୍ଜଳୀ ସଭାର କରାଯାଇଛି । ତେବେ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ଯବାନଙ୍କ ମୃତ୍ୟୁ ହୋଇଥିବା ନେଇ ନେଇ ସ୍ୱୀକାର କରିଛି ରଷ । ଯାହା ୟୁକ୍ରେନର ବଡ ବିଜୟ ବୋଲି କୁହାଯାଉଛି ।