ଯୁକ୍ତ ଦୁଇ ଫଳାଫଳରେ ଗୁରୁକୃପା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ସଫଳତା । କଳା ଓ ବିଜ୍ଞାନରେ ଶତ ପ୍ରତିଶତ ପାସ୍ ହାର୍ ।

35

କନକ ବ୍ୟୁରୋ:  ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଯୁକ୍ତ ଦୁଇ କଳା ଓ ବିଜ୍ଞାନ ବିଭାଗର ବାର୍ଷିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଉକ୍ତ ଫଳାଫଳ ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ଗୁରୁକୃପା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଫଳାଫଳର ଇତିହାସକୁ ଦୋହରାଇ ଉଭୟ ବିଭାଗରେ ଶହେ ଶତକଡ଼ା ଉତ୍ତୀର୍ଣ୍ଣ ହାର ହାସଲ କରିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଅନୁଷ୍ଠାନରେ କଳା ବିଭାଗରେ ସର୍ବମୋଟ ୭୨ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୦ ଜଣ ପ୍ରଥମ ଶ୍ରେଣୀରେ ଓ ୨୦ ଜଣ ଦ୍ଵିତୀୟ ଶ୍ରେଣୀରେ ଓ ତୃତୀୟ ଶ୍ରେଣୀରେ ୩୨ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ସଫଳତା ଅର୍ଜନ କରିଛନ୍ତି । ପରୀକ୍ଷିତ ବିଶ୍ୱାସ ୪୮୭ (୮୧.୧୬%) ନମ୍ବର ରଖି ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବା ବେଳେ ଶ୍ୟାମ ସରନ୍ ୪୮୧ (୮୦.୧୬%) ନମ୍ବର ରଖି ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି ଏବଂ ପ୍ରଶାନ୍ତ ମାଝୀ ଓ ଜୟନ୍ତ ମଣ୍ଡଲ ଯଥାକ୍ରମେ ୪୭୦ (୭୮.୩୩%) ନମ୍ୱର ରଖି ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ସେହିପରି ବିଜ୍ଞାନ ବିଭାଗରେ ସର୍ବମୋଟ ୮୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ଶ୍ରେଣୀରେ ୨୬ ଜଣ, ଦ୍ଵିତୀୟ ଶ୍ରେଣୀରେ ୩୬ ଜଣ ଓ ତୃତୀୟ ଶ୍ରେଣୀରେ ୨୪ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି  । ଉକ୍ତ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ସଞ୍ଜୟ ଢ଼ାଲି ୪୮୪ (୮୦.୬୬%) ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ତତ୍ ସହିତ ସାହିଲ୍ ଦାସ ୪୫୯ (୭୬.୫%) ନମ୍ବର ରଖି ଦ୍ୱିତୀୟ ସ୍ଥାନ ଓ ଆୟୁଷ୍ମାନ ସିଂନୀନା ୪୪୨ (୭୫.୬%) ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଅନୁଷ୍ଠାନର ଏହି ଅପାର ସଫଳତା ନିମନ୍ତେ ଗୁରୁକୃପା ଅନୁଷ୍ଠାନର ସଭାପତି ମନୋଜ କୁମାର ପାଢ଼ୀ, ସମ୍ପାଦିକା ସାଗରିକା ପଟ୍ଟନାୟକ, ଅଧ୍ୟକ୍ଷ ସୁଧାଂଶୁ ଶେଖର ଟହଲ ତଥା ଗୁରୁକୃପା ଅନୁଷ୍ଠାନର ଶୈକ୍ଷିକ ଉପଦେଷ୍ଟା ଡକ୍ଟର ପଙ୍କଜ ଲୋଚନ ମିଶ୍ର ସମସ୍ତ କୃତୀ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।