ପାକିସ୍ତାନରେ ଭୟଙ୍କର ଆର୍ଥିକ ସଙ୍କଟ, ମଲ ଓ ବଜାର ଶିଘ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ

103

କନକ ବ୍ୟୁରୋ: ଦେଶ ଭୟଙ୍କର ଆର୍ଥର୍କ ସଙ୍କଟର ସାମ୍ନାକୁ କରୁଥିବା ବେଳେ ଏଥିରୁ ମୁକୁଳିବା ପାଇଁ ଅଭିନବ ପନ୍ଥା ଆପଣାଇଛି ପଡୋସୀ ପାକିସ୍ତାନ । ଦେଶରେ ଥିବା ସବୁ ବଡ ବଡ ମଲ ଏବଂ ବଜାର ଶିଘ୍ର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପାକିସ୍ତାନ ସରକାର । ଏହାଦ୍ୱାରା ପ୍ରାୟ ୬୧ ବିଲିୟନ ପାକିସ୍ତାନ ଡଲାର , ଭାରତୀୟ ମୁଦ୍ର୍ରାରେ ପ୍ରାୟ ୨ ହଜାର ୨୫୭ କୋଟି ଟଙ୍କା ଖର୍ଚ୍ଚ ସଂଚୟ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଅସିଫ । ପାକିସ୍ତାନରେ ଅଧିକାଂଶ ପାୱାର ପ୍ଲାଂଟ୍ ଆମଦାନୀ ହେଉଥିବା ଫୋସିଲ ଇନ୍ଧନରେ ଚାଲୁଛି । ଆଉ ଏବେ ଏହି ଇନ୍ଧନ ଦର ବଢୁଥିବାରୁ ପାକିସ୍ତାନ ଉପରେ ଚାପ ମଧ୍ୟ ବଢିବାରେ ଲାଗିଛି ।

ପାକିସ୍ତାନ ଏଭଳି ଆର୍ଥିକ ଏବଂ ଶକ୍ତି ସଙ୍କଟ ସ୍ଥିତିରେ ଦେଶର ଗଚ୍ଛିତ ବୈଦେଶିକ ମୁଦ୍ରା ପାଣ୍ଠି ଚିନ୍ତାକୁ ଆହୁରୀ ବଢାଇ ଦେଇଛି । ଗତ ବର୍ଷ ପାକିସ୍ତାନର ବୈଦେଶିକ ମୂଦ୍ରା ପାଣ୍ଠି ୫୦ ପ୍ରତିଶତ ତଳକୁ ଖସିଥିଲା । ଏବେ ତାହା ମାତ୍ର ୧୧ ଦଶମିକ ୭ ବିଲିୟନ ଡଲାର ରହିଛି । ହିସାବ ମୁତାବକ, ପାକିସ୍ତାନ ତୁଳନାରେ ଭାରତର ୫୦ ଗୁଣା ଅର୍ଥାତ ୫ଶହ ୫୦ ବିଲିୟନ ଡଲାର ବୈଦେଶିକ ମୁଦ୍ରା ଗଚ୍ଛିତ ଅଛି । ଏଭଳି ଆର୍ଥିକ ସଙ୍କଟ ସମୟରେ ଦେଶରେ ଆସିଥିବା ବନ୍ୟା ବୋଝ ଉପରେ ନଳିତା ବିଡା ସଦୃଶ୍ୟ କାର୍ଯ୍ୟ କରୁଛି । ନିକଟ ଅତିତରେ ପାକିସ୍ତାନରେ ହୋଇଥିବା ପଳୟଙ୍କାରୀ ବନ୍ୟାରେ ଲକ୍ଷ ଲକ୍ଷ ପୀଡ଼ିତଙ୍କୁ କୌଣସି ସରକାରୀ ସହାୟତା ମିଳିନାହିଁ । ରନ୍ଧନ ଗ୍ୟାସର ଅଭାବ ଦେଖାଦେଇଥିବାରୁ ଲୋକଙ୍କୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡୁଛି ।